ବୌଦ୍ଧରେ ସୋମନାଥ ସ୍ୱାଭିମାନ ପର୍ବ – ଅତୁଟ ଆସ୍ଥାର ଗୌରବ ଗାଥା ସମାରୋହ ଅନୁଷ୍ଠିତ
ବୌଦ୍ଧ, ୧୧ ମେ (ହି.ସ.) - ଭାରତବର୍ଷର ଅଜେୟ ସଭ୍ୟତାର ପ୍ରତୀକ ଆଧ୍ୟାତ୍ମିକ ଐତିହ୍ୟ, ସଂସ୍କୃତି ଓ ଅଦମ୍ୟ ଆସ୍ଥାର ପ୍ରତୀକ “ସୋମନାଥ ସ୍ୱାଭିମାନ ପର୍ବ – ଅବିନାଶୀ ଆସ୍ଥାର ୧୦୦୦ ବର୍ଷ” ପୂର୍ତି ଅବସରରେ ବୌଦ୍ଧରେ ଏକ ଜିଲ୍ଲାସ୍ତରୀୟ ଭକ୍ତିମୟ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପ୍ର
ବୌଦ୍ଧରେ “ସୋମନାଥ ସ୍ୱାଭିମାନ ପର୍ବ – ଅତୁଟ ଆସ୍ଥାର ଗୌରବ ଗାଥା”  ସମାରୋହ ଅନୁଷ୍ଠିତ l


ବୌଦ୍ଧ, ୧୧ ମେ (ହି.ସ.) - ଭାରତବର୍ଷର ଅଜେୟ ସଭ୍ୟତାର ପ୍ରତୀକ ଆଧ୍ୟାତ୍ମିକ ଐତିହ୍ୟ, ସଂସ୍କୃତି ଓ ଅଦମ୍ୟ ଆସ୍ଥାର ପ୍ରତୀକ “ସୋମନାଥ ସ୍ୱାଭିମାନ ପର୍ବ – ଅବିନାଶୀ ଆସ୍ଥାର ୧୦୦୦ ବର୍ଷ” ପୂର୍ତି ଅବସରରେ ବୌଦ୍ଧରେ ଏକ ଜିଲ୍ଲାସ୍ତରୀୟ ଭକ୍ତିମୟ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପ୍ରାଚୀନ ପବିତ୍ର ରାମେଶ୍ୱର ମନ୍ଦିର ପରିସରରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ସହଯୋଗରେ ଜିଲ୍ଲା ପ୍ରଶାସନ, ବୌଦ୍ଧ ପକ୍ଷରୁ ଆୟୋଜନ କରାଯାଇଥିଲା । ମନ୍ଦିରରେ ପ୍ରିଦୀପ ପ୍ରଜ୍ୱଳନ ଓ ଯଥାବିଧି ପୂଜାପାଠ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ,ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପ-ଜିଲ୍ଲାପାଳ ବିନୟ କୁମାର ଭୋଇ, ବରିଷ୍ଠ ନାଗରିକ ତଥା ଶିକ୍ଷାବିତ୍ ଶ୍ୟାମସୁନ୍ଦର ମହାପାତ୍ର , ଜିଲ୍ଲା ସଂସ୍କୃତି ଅଧିକାରୀ ଅଙ୍କିତା ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା , ବିଭିନ୍ନ ବିଭାଗର ଅଧିକାରୀମାନେ ଏବଂ ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ସମାରୋହରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କ ସମାଗମ ହୋଇଥିଲା । ଏଠାରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା ଓ ମୁଖ୍ୟ ଉତ୍ସବର ସିଧା ପ୍ରସାରଣ ବଡ ପରଦାରେ ପ୍ରଦର୍ଶିତ ହୋଇଥିଲା । ଆଜି ଏଥିପାଇଁ ରାମେଶ୍ୱର ମନ୍ଦିର ପରିସରରେ ପୂଜାର୍ଚ୍ଚନା, ଭଜନ କୀର୍ତନ, ଆଲୋକସଜ୍ଜା, ରଙ୍ଗୋଲି, ପୁଷ୍ପ ସଜ୍ଜା ସହିତ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।ଏହି ସମାରୋହରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ପଦାଧିକାରୀ,ଗଣ ମାଧ୍ୟମର ପ୍ରତିନିଧି, ବିଭିନ୍ନ ଗ୍ରାମର ମହିଳା ମଣ୍ଡଳୀ, ସାଂସ୍କୃତିକ ଦଳ, ଯୁବ ସଂଗଠନ, ସମାଜସେବୀ ସଂସ୍ଥା ଏବଂ ଭକ୍ତମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସାମ୍ବାଦିକମାନଙ୍କୁ ଏକ ସାକ୍ଷାତ୍କାର ଦେଇ ମୁଖ୍ୟ ସଚେତକ କହିଲେ ଯେ ଆଜି ଦେଶବ୍ୟାପୀ ପାଳିତ ଏହି ବିଶେଷ ଦିନରେ ସୋମନାଥ ମନ୍ଦିରର ଐତିହାସିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ଗୌରବକୁ ସ୍ମରଣ କରାଯିବା ସହ ଭାରତୀୟ ସଂସ୍କୃତିର ଅକ୍ଷୟ ଆତ୍ମାକୁ ଉଜାଗର କରାଯାଇଛି । ୭୫ ବର୍ଷ ପୂର୍ବେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସଙ୍କଳ୍ପ ଦ୍ୱାରା ସୋମନାଥ ମନ୍ଦିର ପୁନଃ ନିର୍ମିତ ହୋଇଥିଲା । ଏବେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ଏହି ପବିତ୍ର ଭୂମି ଭାରତର ସାଂସ୍କୃତିକ ପୁନରୁଥାନର ଉଦଘୋଷଣା କରୁଛି । ଏହା ଆମ ସ୍ୱାଭିମାନ, ସଂସ୍କୃତି ଓ ମହାନ୍ ପରମ୍ପରା କୁ ଆହୁରି ବିଶ୍ୱବ୍ୟାପୀ କରିବ । ସମାରୋହର ସୁପରିଚାଳନାରେ ଜିଲ୍ଲାର ବିଭିନ୍ନ ବିଭାଗ ଦାୟିତ୍ୱ ନିର୍ବାହ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ସମ୍ପତ


 rajesh pande