ଠିକାଦାର ଏକତାର ବଡ଼ ପରୀକ୍ଷା : ପଟେରୁ ଜଳ ସମ୍ପଦ ବିଭାଗ ଏମଭି–୭୯ ଡିଭିଜନର ୩୭ କାମର ଟେଣ୍ଡରରେ ସେଡୁଲ ରେଟ ମାନିବେ କି ସବୁ ଠିକାଦାର
ମାଲକାନଗିରି, ୧୨ ମଇ (ହି.ସ.)- ମାଲକାନଗିରି ଜିଲ୍ଲାରେ ନୂତନ ଭାବେ ଗଠିତ ହୋଇଥିବା “ତାରକେଶ୍ଵର ଠିକାଦାର ସଂଘ” ପକ୍ଷରୁ ଜିଲ୍ଲାରେ କୌଣସି କାମ ପାଇଁ “ସେଡୁଲ ରେଟ ରେ ଟେଣ୍ଡର ”ପକାଇବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ବର୍ତମାନ ସଂଘ ପକ୍ଷରୁ ନିଆଯାଇଥିବା ସଂକଳ୍ପର ଏବେ ଆରମ୍ଭ ହୋଇଛି ପ୍ରଥମ ଓ ସବୁ
ଠିକାଦାର ଏକତାର ବଡ଼ ପରୀକ୍ଷା: ପଟେରୁ ଜଳ ସମ୍ପଦ ବିଭାଗ ଏମଭି–୭୯ ଡିଭିଜନର ୩୭ କାମର ଟେଣ୍ଡରରେ ସେଡୁଲ ରେଟ ମାନିବେ କି ସବୁ ଠିକାଦାର


ମାଲକାନଗିରି, ୧୨ ମଇ (ହି.ସ.)- ମାଲକାନଗିରି ଜିଲ୍ଲାରେ ନୂତନ ଭାବେ ଗଠିତ ହୋଇଥିବା “ତାରକେଶ୍ଵର ଠିକାଦାର ସଂଘ” ପକ୍ଷରୁ ଜିଲ୍ଲାରେ କୌଣସି କାମ ପାଇଁ “ସେଡୁଲ ରେଟ ରେ ଟେଣ୍ଡର ”ପକାଇବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ବର୍ତମାନ ସଂଘ ପକ୍ଷରୁ ନିଆଯାଇଥିବା ସଂକଳ୍ପର ଏବେ ଆରମ୍ଭ ହୋଇଛି ପ୍ରଥମ ଓ ସବୁଠାରୁ ବଡ଼ ପରୀକ୍ଷା। ଆଜିଠାରୁ ପଟେରୁ ଜଳ ସମ୍ପଦ ବିଭାଗ ଏମଭି–୭୯ ଡିଭିଜନ ପକ୍ଷରୁ ଅନଲାଇନ୍ ମାଧ୍ୟମରେ ୩୭ଟି ଉନ୍ନୟନମୂଳକ କାମ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିବା ବେଳେ ଏବେ ସମସ୍ତଙ୍କ ନଜର ରହିଛି ଠିକାଦାରମାନଙ୍କ ଏକତା ଉପରେ।

ନିକଟରେ ଏମଭି–୭୯ ସ୍ଥିତ ତାରକେଶ୍ୱର ମନ୍ଦିର ପରିସରରେ ଦୁଇ ଦୁଇଥର ବୈଠକ ଆୟୋଜନ କରାଯାଇଥିଲା। ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକର ଶତାଧିକ ଠିକାଦାର ଏକତ୍ରିତ ହୋଇ “ତାରକେଶ୍ୱର ଠିକାଦାର ସଂଘ” ଗଠନ କରିଥିଲେ। ସେହି ବୈଠକରେ ସମସ୍ତେ ଏକମତ ହୋଇ ନିଷ୍ପତ୍ତି ନେଇଥିଲେ ଯେ, ଆଗାମୀ ଦିନରେ କୌଣସି ଠିକାଦାର କମ୍ ରାଶିରେ ଟେଣ୍ଡର ଦାଖଲ କରିବେ ନାହିଁ। ସମସ୍ତେ କେବଳ “ସେଡୁଲ ରେଟ ” ଅନୁଯାୟୀ ଟେଣ୍ଡର ଦାଖଲ କରିବେ ବୋଲି ସଂକଳ୍ପ ନେଇଥିଲେ। ଏବେ ପଟେରୁ ଜଳ ସମ୍ପଦ ବିଭାଗ ଏମଭି–୭୯ ଡିଭିଜନର ଏହି ୩୭ଟି କାମର ଟେଣ୍ଡର ପ୍ରକ୍ରିୟା ହିଁ ହୋଇଛି ସେହି ସଂକଳ୍ପର ପ୍ରକୃତ ପରୀକ୍ଷା। ଠିକାଦାରମାନେ ସତରେ ଏକତା ରଖି କମିଟିର ନିଷ୍ପତ୍ତିକୁ ମାନୁଛନ୍ତି କି, ନା ପୁରୁଣା ଭଳି ନିଜ ନିଜ ମଧ୍ୟରେ ପ୍ରତିଯୋଗିତା କରି କମ୍ ରାଶିରେ ଟେଣ୍ଡର ଦାଖଲ କରୁଛନ୍ତି — ତାହାକୁ ନେଇ ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। ଯଦି ଏଥର ସମସ୍ତ ଠିକାଦାର ସେଡୁଲ ରେଟ ରେ ଟେଣ୍ଡର ଦାଖଲ କରନ୍ତି, ତେବେ ୨୦୨୧ ପରେ ପ୍ରଥମଥର ପାଇଁ ଜିଲ୍ଲାରେ ଏପରି ଏକତାମୂଳକ ଟେଣ୍ଡର ପ୍ରକ୍ରିୟା ଦେଖିବାକୁ ମିଳିବ। ଏହାକୁ ମାଲକାନଗିରି ଜିଲ୍ଲାର ଠିକାଦାର ଏକତାର ଐତିହାସିକ ସଫଳତା ବୋଲି ମନେ କରାଯାଉଛି।

ସୂଚନା ଅନୁଯାୟୀ, ଏହି ଟେଣ୍ଡର ଗୁଡ଼ିକ ଆସନ୍ତା ୨୨ ତାରିଖରେ ଖୋଲାଯିବ। ଟେଣ୍ଡର ଖୋଲା ହେବା ପରେ ହିଁ ସ୍ପଷ୍ଟ ହେବ ଯେ, ଠିକାଦାରମାନେ ବୈଠକରେ ନେଇଥିବା ସଂକଳ୍ପକୁ କେତେ ଦୂର ପାଳନ କରିଛନ୍ତି ଏବଂ ପ୍ରକୃତରେ ସମସ୍ତେ ଏକ ହୋଇ ଅଛନ୍ତି କି ନାହିଁ।

ସୂଚନାଯୋଗ୍ୟ ଯେ, ପୂର୍ବ ସରକାର ସମୟରେ ଟେଣ୍ଡରରେ ସର୍ବାଧିକ ୧୪.୯୯ ପ୍ରତିଶତ ପର୍ଯ୍ୟନ୍ତ “ଲେସ ଏମାଉଣ୍ଟ ”ରେ ଟେଣ୍ଡର ଦାଖଲ କରିବାର ସୀମା ରହିଥିଲା। କିନ୍ତୁ, ବର୍ତ୍ତମାନ ସରକାର ଏହି ସୀମାକୁ ହଟାଇ ଅସୀମିତ ଭାବେ କମ୍ ରାଶିରେ ଟେଣ୍ଡର ଦାଖଲ କରିବାକୁ ଅନୁମତି ଦେଇଥିବାରୁ ଠିକାଦାରମାନଙ୍କ ମଧ୍ୟରେ କାମ ପାଇବା ନେଇ ପ୍ରତିଯୋଗିତା ବଢ଼ିଛି। ଏହାର ପ୍ରଭାବ ସିଧାସଳଖ ଭାବେ ଗ୍ରାମାଞ୍ଚଳର ଉନ୍ନୟନ କାମର ଗୁଣବତ୍ତା ଉପରେ ପଡ଼ୁଥିବା ଅଭିଯୋଗ ଆସୁଛି।

ବୁଦ୍ଧିଜୀବୀ ଓ ସାଧାରଣ ଲୋକଙ୍କ ମତରେ, ଅତ୍ୟଧିକ କମ୍ ରାଶିରେ କାମ ନେବା ଫଳରେ ଅନେକ ସମୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଛି ଓ ଗ୍ରାମାଞ୍ଚଳରେ ଉନ୍ନୟନ କାମର ଗୁଣବତ୍ତା ପ୍ରଭାବିତ ହେଉଛି। ତେଣୁ ଯଦି ସମସ୍ତ ଠିକାଦାର ଏଥର ସତରେ ସେଡୁଲ ରେଟ ରେ ଟେଣ୍ଡର ଦାଖଲ କରନ୍ତି, ତେବେ କାମର ଗୁଣବତ୍ତା ବୃଦ୍ଧି ପାଇବା ସହ ଜିଲ୍ଲାର ଉନ୍ନୟନ କାର୍ଯ୍ୟ ଅଧିକ ସୁଚାରୁ ଭାବେ ହୋଇପାରିବ ବୋଲି ଆଶା ପ୍ରକାଶ ପାଉଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande