ନାବାଳିକାକୁ ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ
ଜୟପୁର, ୧୨ ମଇ (ହି.ସ.)- ଜୟପୁର ଫାଷ୍ଟ ଟ୍ରାକ ସ୍ବତନ୍ତ୍ର କୋର୍ଟ ଏକ ନାବାଳିକା ଦୁଷ୍କର୍ମ ଓ ନିର୍ଯ୍ୟାତନା ଏବଂ ଧମକ ଚମକ ଅଭିଯୋଗରେ ଅଭିଯୁକ୍ତ ଯୁବକଙ୍କୁ ଦୋଷୀ ସାବ୍ଯସ୍ତ କରିବା ସହିତ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଥିବା ବେଳେ ଏହି ମାମଲାରେ ଅଭିଯୁକ୍ତଙ୍କ ବାପା, ମା ଓ ଭଉଣୀକୁ ଆବଶ୍ୟକ
ନାବାଳିକା ଅପହରଣ ମାମଲାରେ ଦୋଷୀକୁ ୨ ବର୍ଷ ସଶ୍ରମ କାରାଦଣ୍ଡ


ଜୟପୁର, ୧୨ ମଇ (ହି.ସ.)- ଜୟପୁର ଫାଷ୍ଟ ଟ୍ରାକ ସ୍ବତନ୍ତ୍ର କୋର୍ଟ ଏକ ନାବାଳିକା ଦୁଷ୍କର୍ମ ଓ ନିର୍ଯ୍ୟାତନା ଏବଂ ଧମକ ଚମକ ଅଭିଯୋଗରେ ଅଭିଯୁକ୍ତ ଯୁବକଙ୍କୁ ଦୋଷୀ ସାବ୍ଯସ୍ତ କରିବା ସହିତ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଥିବା ବେଳେ ଏହି ମାମଲାରେ ଅଭିଯୁକ୍ତଙ୍କ ବାପା, ମା ଓ ଭଉଣୀକୁ ଆବଶ୍ୟକ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ଫାଷ୍ଟ ଟ୍ରାକ ସ୍ବତନ୍ତ୍ର ଜଜ୍ ପ୍ରଜ୍ଞା ନଳନୀ ମିଶ୍ର ଏହି ମାମଲାର ବିଚାରଣ କରିବା ସହିତ ତାଙ୍କ ରାୟରେ ଅଭିଯୁକ୍ତ କାକିରିଗୁମ୍ମା ଥାନା ଡି. ପଞ୍ଚଡା ଗ୍ରାମର ଯୁବକ କାଲେବ ଗରଡା (୨୫)ଙ୍କୁ ଦୋଷୀ ସାବ୍ଯସ୍ତ କରିବା ସହିତ ପୋକ୍ସ ଏବଂ ଅନ୍ୟାନ୍ୟ ବିଭିନ୍ନ ଦଫାରେ ସର୍ବାଧିକ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଏବଂ ଜରିମାନା ବାବଦକୁ ୨୬ ହଜାର ଟଙ୍କା ଏବଂ ଅନାଦେୟ ସ୍ଥଳେ ଅଧିକ ୧ ବର୍ଷ ୭ ମାସ କାରଦଣ୍ଡରେ ଦଣ୍ଡିତ କରିଛନ୍ତି । ସେହିପରି ନାବାଳିକା ଏବଂ ତାଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୬ ଲକ୍ଷ ଟଙ୍କା ଜିଲ୍ଲା ଆଇନସେବା ପ୍ରାଧିକରଣ ମାଧ୍ୟମରେ ଏବଂ ଦୋଷୀଙ୍କ ଠାରୁ ଆଦାୟ ଜରିମାନା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ପ୍ରମାଣ ଅଭାବରୁ ଅଭିଯୁକ୍ତଙ୍କ ବାପା ସାଧୁ ଗରଡା, ମା ମୁକ୍ତା ଗରଡା ଏବଂ ଭଉଣୀ ନନ୍ଦୁ ଗରଡାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ମାମଲାର ବିବରଣୀରୁ ପ୍ରକାଶ ଯେ, କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ଅଞ୍ଚଳରେ ୧୫ ବର୍ଷିୟା ନାବାଳିକା ନଦୀକୁ ଗାଧୋଇ ଯାଉଥିବା ବେଳେ ଅଭିଯୁକ୍ତ ଜୋରଜବରଦସ୍ତ ଉଠାଇ ନେଇ ଜଙ୍ଗଲ ଭିତରେ ଦୁଷ୍କର୍ମ କରିଥିଲେ । ଏହିପରି କିଛି ଦିନ ପରେ ନାବାଳିକା ନିଜ ଘରକୁ ଯିବା ପାଇଁ ବସକୁ ଅପେକ୍ଷା କରିଥିବା ବେଳେ ଅଭିଯୁକ୍ତ ତାଙ୍କ ଗ୍ରାମକୁ ଛାଡିଦେବାକୁ କହି ନିଜ ବାଇକରେ ବସାଇ ଅନ୍ୟ ଏକ ଗ୍ରାମରେ ତାଙ୍କୁ ଦୁଇଦିନ ଏକ ଗୃହରେ ରଖି ବାରମ୍ବାର ଦୁଷ୍କର୍ମ କରିଥିଲେ । ଏହାପରେ ଅଭିଯୁକ୍ତ ନାବାଳିକାଙ୍କୁ ନେଇ ତାଙ୍କ ଗ୍ରାମରେ ଛାଡି ଦେଇଥିଲେ । ଏଥିନେଇ ଗ୍ରାମରେ ଏକ ବୈଠକ ମାଧ୍ୟମରେ ନାବାଳିକାଙ୍କୁ ଅଭିଯୁକ୍ତ ତାଙ୍କ ଘରକୁ ନେଇ ରଖିବା ନେଇ ସହମତି ମାଧ୍ୟମରେ ସମାଧାନ କରାଯାଇଥିଲା । ଏହିପରି ନାବାଳିକା ଅଭିଯୁକ୍ତଙ୍କ ଗୃହରେ କିଛି ଦିନ ରହିବା ପରେ ଅଭିଯୁକ୍ତ, ତାଙ୍କର ବାପା, ମା ଏବଂ ଭଭଣୀ ପୀଡିତାଙ୍କୁ ଗାଳିଗୁଲଜ ଏବଂ ମାଡମାରି ଘରରୁ ବାହାର କରିଦେଇଥିଲେ । ଶେଷରେ ନାବାଳିକା ନିଜ ବାପଘରକୁ ଫେରି ଆସି ଗତ ୨୦୨୫ ମସିହା ଜାନୁୟାରୀ ୧୬ ତାରିଖରେ କାକିରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିଥିଲା । ତଦନ୍ତକାରୀ ଅଧିକାରୀ ଭାବେ ତତ୍କାଳିନ ଥାନା ଅଧିକାରୀ ଡମ୍ବରୁ ବାର୍ତିଆ ତଦନ୍ତ କରିବା ସହିତ ଅଭିଯୁକ୍ତ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଗିରଫ କରିଥିଲେ । ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଆଇନଜୀବି ସୁରେଶ କୁମାର ହଡପ ମାମଲାକୁ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande