ଜୟପୁର ପରିମଳ ଟେଣ୍ଡର ବିବାଦ : ବିଜେଡି କାଉନସିଲରମାନେ ଜିଲ୍ଲାପାଳଙ୍କୁ ଚିଠି ଲେଖି ଟେଣ୍ଡର ବାତିଲ ଦାବି କଲେ
ଜୟପୁର, ୧୨ ମଇ (ହି.ସ.)- ଜୟପୁର ସହରର ପରିମଳ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଡକାଯାଇଥିବା ଟେଣ୍ଡର ପ୍ରକ୍ରିୟାକୁ ନେଇ ଗୁରୁତର ଅଭିଯୋଗ ଉଠିଛି। ଜୟପୁର ପୌରପାଳିକାର ୧୫ ଜଣ କାଉନସିଲର ଆଜି କୋରାପୁଟ ଜିଲ୍ଲାପାଳଙ୍କୁ ଚିଠି ଲେଖି ଟେଣ୍ଡର ତୁରନ୍ତ ବାତିଲ କରିବାକୁ ଦାବି କରିଛନ୍ତି। ସେମାନେ ଏହି ପ୍ର
ଜୟପୁର ପରିମଳ ଟେଣ୍ଡର ବିବାଦ: କାଉନସିଲରମାନେ ଜିଲ୍ଲାପାଳ ଚିଠି, ବାତିଲ ଦାବି


ଜୟପୁର, ୧୨ ମଇ (ହି.ସ.)- ଜୟପୁର ସହରର ପରିମଳ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଡକାଯାଇଥିବା ଟେଣ୍ଡର ପ୍ରକ୍ରିୟାକୁ ନେଇ ଗୁରୁତର ଅଭିଯୋଗ ଉଠିଛି। ଜୟପୁର ପୌରପାଳିକାର ୧୫ ଜଣ କାଉନସିଲର ଆଜି କୋରାପୁଟ ଜିଲ୍ଲାପାଳଙ୍କୁ ଚିଠି ଲେଖି ଟେଣ୍ଡର ତୁରନ୍ତ ବାତିଲ କରିବାକୁ ଦାବି କରିଛନ୍ତି। ସେମାନେ ଏହି ପ୍ରକ୍ରିୟାକୁ ବେଆଇନ, ଅସ୍ୱଚ୍ଛ ଓ ପକ୍ଷପାତପୂର୍ଣ୍ଣ ବୋଲି ଅଭିହିତ କରିଛନ୍ତି।

କାଉନସିଲରମାନେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଗତ ଫେବୃଆରୀ ୨୪ ତାରିଖରେ ଜୟପୁର ପୌରପାଳିକା ପକ୍ଷରୁ ପରିମଳ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ମୋଟ ୯ଟି ପ୍ରତିଷ୍ଠାନ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଡକ୍ୟୁମେଣ୍ଟ ଅଭାବରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା ଏବଂ ଜଣେ ଅନଲାଇନ ଅଂଶଗ୍ରହଣ ନକରିଥିବାରୁ କେବଳ ୪ ଜଣ ବିଡର ରହିଥିଲେ। ଚୂଡ଼ାନ୍ତ ଚୟନ ପାଇଁ ଲଟେରୀ ପଦ୍ଧତି ବ୍ୟବହାର କରାଯିବା ସହ ଏହି ପ୍ରକ୍ରିୟା ଅତ୍ୟନ୍ତ ସନ୍ଦେହଜନକ ଥିଲା ବୋଲି କାଉନସିଲରମାନେ କହିଛନ୍ତି। ଲଟେରୀ ସମୟରେ କେବଳ ଅଧ୍ୟକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ ଏବଂ ଉପଯୁକ୍ତ ପ୍ରତିନିଧିତ୍ଵ ବା ତଦାରଖ ନଥିଲା। ବନ୍ଦ କୋଠରୀରେ ଚିଟ୍ ସ୍ଥାନାନ୍ତର ଭଳି ଅଭିଯୋଗ ମଧ୍ୟ ଉଠିଛି। ନିର୍ବାଚିତ କାଉନସିଲରମାନଙ୍କୁ ପ୍ରକ୍ରିୟାରେ ସାମିଲ କରାଯାଇ ନଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହି ଅନିୟମିତତାକୁ ଦୃଷ୍ଟିରେ ରଖି କାଉନସିଲରମାନେ ଟେଣ୍ଡର ବାତିଲ କରି ନୂତନ ଟେଣ୍ଡର ଜାରି କରିବାକୁ ଦାବି କରିଛନ୍ତି। ଯଦି ଏହା ନହୁଏ ତେବେ ସମସ୍ତ ବିଜେଡି କାଉନସିଲର ଶାନ୍ତିପୂର୍ଣ୍ଣ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ସେମାନେ ଚେତାଉଛନ୍ତି।

ଏହି ପ୍ରସଙ୍ଗରେ ପୌରପାଳିକା ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ନଥିବା ବେଳେ ଜିଲ୍ଲାପାଳ କାର୍ଯ୍ୟାଳୟ ଏ ବାବଦରେ ତଦନ୍ତ କରି ଯଥାଶୀଘ୍ର ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି। ଜନସ୍ୱାର୍ଥ ସହ ଜଡ଼ିତ ଏହି ଟେଣ୍ଡର ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ଏବେ ସମଗ୍ର ଜୟପୁର ନଜର ରଖିଛି। ବିଜେଡି କାଉନସିଲରମାନେ ଏକ ହୋଇ ଆଜି ଧାରଣା ଦେଇଥିଲେ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande