ନାବାଳିକା ଅପହରଣ ମାମଲା : ଦୋଷୀକୁ ୨ ବର୍ଷ ସଶ୍ରମ କାରାଦଣ୍ଡ
ଜୟପୁର, ୧୨ ମଇ (ହି.ସ.)- ସିମିଳିଗୁଡ଼ା ଥାନା ଅନ୍ତର୍ଗତ ଉପରମାନିଆ ଗ୍ରାମର ନାବାଳିକା ଅପହରଣ ମାମଲାରେ ଅଭିଯୁକ୍ତ ନରେଶ ବିରୟ ଓରଫ ପ୍ରଧାନ (୨୫)ଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦୦୦ ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି। ଜୟପୁର ଅତିରିକ୍ତ ଜିଲ୍ଲା ଓ ଦାୟିତ୍ୱ ଜଜ୍ ତଥା ପୋକ୍ସୋ କୋର୍ଟ ସୁଶ୍ର
ନାବାଳିକା ଅପହରଣ ମାମଲାରେ ଦୋଷୀକୁ ୨ ବର୍ଷ ସଶ୍ରମ କାରାଦଣ୍ଡ


ଜୟପୁର, ୧୨ ମଇ (ହି.ସ.)- ସିମିଳିଗୁଡ଼ା ଥାନା ଅନ୍ତର୍ଗତ ଉପରମାନିଆ ଗ୍ରାମର ନାବାଳିକା ଅପହରଣ ମାମଲାରେ ଅଭିଯୁକ୍ତ ନରେଶ ବିରୟ ଓରଫ ପ୍ରଧାନ (୨୫)ଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦୦୦ ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି। ଜୟପୁର ଅତିରିକ୍ତ ଜିଲ୍ଲା ଓ ଦାୟିତ୍ୱ ଜଜ୍ ତଥା ପୋକ୍ସୋ କୋର୍ଟ ସୁଶ୍ରୀ ଡଃ. ସଙ୍ଘମିତ୍ରା ଦାସ ଆଜି ଏହି ରାୟ ଘୋଷଣା କରିଛନ୍ତି। ଥାନା ମାମଲା ନମ୍ବର ୭୩/୨୦୨୦ ଅନୁଯାୟୀ ଅପହରଣ ଘଟଣାରେ ମୋଟ ୮ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଏହି ରାୟ ଦିଆଯାଇଛି। ଅଦାଲତ ଅଭିଯୁକ୍ତ ନରେଶ ବିରୟ ଓରଫ ପ୍ରଧାନଙ୍କୁ ଭାରତୀୟ ଦଣ୍ଡ ବିଧି (ଆଇପିସି) ଧାରା ୩୬୩ ଅନୁଯାୟୀ ୨ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫୦୦୦ ଟଙ୍କା ଜରିମାନା, ଧାରା ୩୪୧ ଅନୁଯାୟୀ ୧ ମାସ କାରାଦଣ୍ଡ ସହ ୫୦୦ ଟଙ୍କା ଜରିମାନା ଏବଂ ଧାରା ୫୦୬ ଅନୁଯାୟୀ ୬ ମାସ କାରାଦଣ୍ଡ ସହ ୧୦୦୦ ଟଙ୍କା ଜରିମାନା ପ୍ରଦାନ କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଭିଯୁକ୍ତକୁ ଅତିରିକ୍ତ ୪ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରାଯାଇଛି। ସରକାରଙ୍କ ପକ୍ଷରୁ ସ୍ୱାଧୀନ ଓକିଲ ପି. ସନ୍ୟାସୀ ରାଓ ମାମଲାର ପରିଚାଳନା କରିଥିଲେ। ଏହି ରାୟକୁ ସ୍ଥାନୀୟ ଲୋକେ ସ୍ୱାଗତ କରିଛନ୍ତି ଏବଂ ନାବାଳିକା ସୁରକ୍ଷା ପାଇଁ ଆଇନର କଡ଼ା କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଛନ୍ତି।

ଘଟଣା ଅନୁଯାୟୀ, ସିମିଳିଗୁଡ଼ା ଅଞ୍ଚଳର ଉପରମାନିଆ ଗ୍ରାମରେ ଏହି ଅପହରଣ ଘଟଣା ଘଟିଥିଲା। ପୋଲିସ ତଦନ୍ତ ପରେ ନରେଶ ବିରୟ ଓରଫ ପ୍ରଧାନଙ୍କୁ ଗିରଫ କରି ଚାର୍ଜସିଟ୍ ଦାଖଲ କରିଥିଲା। ଦୀର୍ଘ ବିଚାର ପ୍ରକ୍ରିୟା ପରେ ସେ ଆଜି ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande