ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ଼ ହୋଇଥିବା ବର୍ଷା : ଭଦ୍ରକ ଜିଲ୍ଲାର ଆଖୁଆପଦାରେ ସର୍ବାଧିକ ୪୬.୪ ମି.ମି. ବର୍ଷା
ଭୁବନେଶ୍ୱର, ୧୨ ମଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଭଦ୍ରକ ଜିଲ୍ଲାର ଆଖୁଆପଦାରେ ସର୍ବାଧିକ ୪୬.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ଯାଜପୁର ଜିଲ୍ଲାର ଜେନାପୁରରେ ୩୫.୦ ମି.ମି., ବାଲେଶ୍ୱର ଜିଲ୍ଲାର ଜୟପୁରରେ ୧୯.୮ ମି.ମି.
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ଼ ହୋଇଥିବା ବର୍ଷା : ଭଦ୍ରକ ଜିଲ୍ଲାର ଆଖୁଆପଦାରେ ସର୍ବାଧିକ ୪୬.୪ ମି.ମି. ବର୍ଷା


ଭୁବନେଶ୍ୱର, ୧୨ ମଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଭଦ୍ରକ ଜିଲ୍ଲାର ଆଖୁଆପଦାରେ ସର୍ବାଧିକ ୪୬.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ଯାଜପୁର ଜିଲ୍ଲାର ଜେନାପୁରରେ ୩୫.୦ ମି.ମି., ବାଲେଶ୍ୱର ଜିଲ୍ଲାର ଜୟପୁରରେ ୧୯.୮ ମି.ମି., ଯାଜପୁର ଜିଲ୍ଲାର ଦାନଗଦିରେ ୧୭.୮ ମି.ମି., ବାଲେଶ୍ୱର ଜିଲ୍ଲାର ଖଇରାରେ ୧୪.୦ ମି.ମି., ବାଲେଶ୍ୱର ଜିଲ୍ଲାର ଔପଦାରେ ୧୪.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ବେତନଟିରେ ୧୪.୦ ମି.ମି., ଯାଜପୁର ଜିଲ୍ଲାର ଯାଜପୁରରେ ୯.୦ ମି.ମି., ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରିରେ ୮.୦ ମି.ମି., ଭଦ୍ରକ ଜିଲ୍ଲାର ବନ୍ତରେ ୭.୦ ମି.ମି., ଯାଜପୁର ଜିଲ୍ଲାର କୋରେଇରେ ୬.୦ ମି.ମି., ଢ଼େଙ୍କାନାଳ ଜିଲ୍ଲାର ଢ଼େଙ୍କାନାଳରେ ୬.୦ ମି.ମି., ଭଦ୍ରକ ଜିଲ୍ଲାର ଧାମନଗରରେ ୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande