କଳାମଣ୍ଡଳ ପରିଦର୍ଶନ କରିବା ସହ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
ଭୁବନେଶ୍ୱର, 12 ମଇ (ହି.ସ) ରାଜ୍ୟର ଉଚ୍ଚ ଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଙ୍ଗଳବାର ଦିନ ବନେଶ୍ୱରସ୍ଥିତ ସୈନିକ ସ୍କୁଲ ନିକଟରେ ନିର୍ମାଣାଧୀନ ରାଜ୍ୟର ସର୍ବବୃହତ ସାଂସ୍କୃତିକ କେନ୍ଦ୍ର କଳାମଣ୍ଡଳ ପରିଦର୍ଶନ କରିବା ସହ କାର୍ଯ୍ୟ ଅଗ୍ରଗତିର ସମୀକ
କଳାମଣ୍ଡଳ ପରିଦର୍ଶନ କରିବା ସହ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ


ଭୁବନେଶ୍ୱର, 12 ମଇ (ହି.ସ) ରାଜ୍ୟର ଉଚ୍ଚ ଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଙ୍ଗଳବାର ଦିନ ବନେଶ୍ୱରସ୍ଥିତ ସୈନିକ ସ୍କୁଲ ନିକଟରେ ନିର୍ମାଣାଧୀନ ରାଜ୍ୟର ସର୍ବବୃହତ ସାଂସ୍କୃତିକ କେନ୍ଦ୍ର କଳାମଣ୍ଡଳ ପରିଦର୍ଶନ କରିବା ସହ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଛନ୍ତି ।

ଏହି ଅବସରରେ ସେ କହିଛନ୍ତି ଯେ, ଓଡ଼ିଶାର କଳା, ଭାଷା ଓ ସଂସ୍କୃତିର ସୁରକ୍ଷା ତଥା ପ୍ରସାର ପାଇଁ ଆମ ସରକାର ସଂକଳ୍ପବଦ୍ଧ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଗ୍ରହକ୍ରମେ ନିର୍ମାଣ ହେଉଥିବା ଏହି ଭବ୍ୟ ଅଡିଟୋରିୟମ କେବଳ ଏକ ଭବନ ନୁହେଁ, ବରଂ ଓଡ଼ିଶାର ଶିଳ୍ପୀ ଏବଂ କଳାକାରମାନଙ୍କ ପାଇଁ ଏକ ନୂତନ ପରିଚୟ ହେବାକୁ ଯାଉଛି ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande