
ଗଂଜାମ, 12 ମେ (ହି.ସ.)ଶେରଗଡ ବ୍ଳକ ପିତଳ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଆଖପାଖ ପ୍ରାୟ 20ଖଣ୍ଡ ଗ୍ରାମ ରଜନସାଧାରଣ ନିର୍ଭର କରୁଥିବା ବେଳେ ଓ ପ୍ରତ୍ୟେକ ଦିନ ପ୍ରାୟ ଶତାଧିକ ରୋଗୀ ଚିକିତ୍ସା ପାଇଁ ଏହି ଡାକ୍ତରଖାନାକୁ ଆସୁଛନ୍ତି। ତେବେ ଡାକ୍ତରଖାନାରେ କିଛିଦିନ ହେଲା ଔଷଧ ମିଳିବା ଘୋର ଅଭାବ ଦେଖା ଦେଇଛି। ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଘଟଣାର ଅନୁଧ୍ୟାନ କରି ତୁରନ୍ତ ଏହି ଡାକ୍ତରଖାନାକୁ ଆବଶ୍ୟକ ମୁତାବକ ଔଷଧ ଯୋଗାଇ ଦେବାକୁ ଜନଦାବି ହେଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ