
ଝାରସୁଗୁଡ଼ାରେ ସ୍ମାର୍ଟ ସ୍ମେଲ୍ଡର ତିଆରି କରୁଛି ବେଦାନ୍ତ ଆଲୁମିନିୟମ୍
ଝାରସୁଗୁଡା , 12 ମେ (ହି.ସ.)ଜାତୀୟ ପ୍ରଯୁକ୍ତି ଦିବସ ଅବସରରେ ବେଦାନ୍ତ ଆଲୁମିନିୟମ୍ ତାହାର ଝାରସୁଗୁଡ଼ା କାରଖାନାରେ ସୁରକ୍ଷିତ ଓ ଶକ୍ତି ସଞ୍ଚୟ କରୁଥିବା ଆଧୁନିକ ସ୍କେଲ୍ଡର୍ ତିଆରି କରିବା ପାଇଁ ପୁନଃ ପ୍ରତିବଦ୍ଧତା ପ୍ରକାଶ କରିଛି ଓଡ଼ିଶାର ଝାରସୁଗୁଡ଼ାରେ ଥିବା ବିଶ୍ବର ସବୁଠାରୁ ବଡ଼ ଆଲୁମିନିୟମ୍ କାରଖାନାରେ କମ୍ପାନୀ ଏବେ ନୂଆ ଡିଜିଟାଲ୍ ପ୍ରଯୁକ୍ତି ବ୍ୟବହାର କରୁଛି। ଏହି ଆଧୁନିକ ପ୍ରଣାଳୀ ସାହାଯ୍ୟରେ କାରଖାନା ଅଧିକ ସୁରକ୍ଷିତ, କମ୍ ବିଦ୍ୟୁତ ଖର୍ଚ୍ଚ କରୁଥିବା ଏବଂ ଭଲ ଭାବେ ଚାଲିବାରେ ସହାୟକ ହୋଇଛି। ଆଲୁମିନିୟମ୍ ତିଆରି କରିବା ପାଇଁ ବ୍ୟବହାର ହେଉଥିବା ପଟ୍ ଲାଇନ୍ଗୁଡ଼ିକୁ ଆହୁରି ଉନ୍ନତ କରିବା ପାଇଁ କମ୍ପାନୀ କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ମେଶିନ୍ ଲଗିଂ ଏବଂ ଆଇଓଟି ସେନ୍ସର୍ ଲଗାଇଛି। ଏହା ଦ୍ବାରା କାରଖାନାର କାମ ଅଧିକ ସହଜ, ସୁରକ୍ଷିତ ଏବଂ ଦକ୍ଷ ହୋଇଛି। ସବୁଠାରୁ ଗୁରୁତ୍ବପୂର୍ଣ ପ୍ରଯୁକ୍ତି ହେଉଛି ସାଇଡ୍ ସେଲ୍ ଟେମ୍ପରେଚର୍ ମନିଟରିଂ ସିଷ୍ଟମ୍ ଏଥିରେ ସେଜ୍ୱର୍ ଲଗାଇ ପଟ୍ଗୁଡ଼ିକର ତାପମାତ୍ରା ଲଗାତର ଦେଖାଯାଏ। ଏହା ସମସ୍ୟା ଶୀଘ୍ର ଚିହ୍ନଟ କରିବାରେ ସାହାଯ୍ୟ କରୁଛି। ଆଉ ଏକ ନିଜସ୍ବ ଉଦ୍ଭାବନ ହଉଛି ଫୋର୍ସଡ୍ କୁଲିଂ ନେଟୱର୍କ । ଏହା ତାପମାତ୍ରା ଠିକ୍ ରଖ୍ ବିଦ୍ୟୁତ୍ ସଞ୍ଚୟ କରୁଛି ଏବଂ ଜାତୀୟ ପୁରସ୍କାର ମଧ୍ୟ ପାଇଛି। ଏହାଛଡ଼ା, ଗରମ ଧାତୁ ରଖିବା ପାତ୍ରର ତାପମାତ୍ରା ନିରୀକ୍ଷଣ ପାଇଁ ପାଇଁ ନୂଆ ସିଷ୍ଟମ୍ ଲଗାଯାଇଛି, ଯାହା ଦୁର୍ଘଟଣା ଏଡ଼ାଇବାରେ ସାହାଯ୍ୟ କରୁଛି। ଆଇଏଆଇ ଚାଳିତ ଚ୍ୟାଟବଟ୍ ମଧ୍ୟ କର୍ମଚାରୀଙ୍କୁ ତୁରନ୍ତ ତଥ୍ୟ ଦେଇ ଠିକ୍ ନିଷ୍ପତ୍ତି ନେବାରେ ସହାୟକ ହୋଇଛି। ବେଦାନ୍ତ ଆଲୁମିନିୟମ୍-ଝାରସୁଗୁଡ଼ାର ସିଇଓ ସି. ଚନ୍ଦୁ କହିଛନ୍ତି, ଆମେ ପ୍ରଯୁକ୍ତିକୁ କେବଳ ଉତ୍ପାଦନ ବଢ଼ାଇବା ପାଇଁ ନୁହେଁ, ବରଂ କାରଖାନାକୁ ଅଧିକ ସୁରକ୍ଷିତ, ଦାୟିତ୍ଵପୂର୍ଣ୍ଣ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରୁଛୁ | ଏହା ଦ୍ବାରା ଭାରତର ଉତ୍ପାଦନ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ