ଅନ୍ତର୍ଜାତୀୟ ନର୍ସ ଦିବସରେ ନର୍ସମାନଙ୍କୁ ଶୁଭକାମନା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 12 ମେ (ହି.ସ.)- ଅନ୍ତର୍ଜାତୀୟ ନର୍ସ ଦିବସରେ ନର୍ସମାନଙ୍କୁ ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେମାନଙ୍କର ଅବିରତ ସମର୍ପଣ ପାଇଁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଥିବା ବ
ଅନ୍ତର୍ଜାତୀୟ ନର୍ସ ଦିବସରେ ନର୍ସମାନଙ୍କୁ ଶୁଭକାମନା ଜଣାଇଲେ     ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 12 ମେ (ହି.ସ.)- ଅନ୍ତର୍ଜାତୀୟ ନର୍ସ ଦିବସରେ ନର୍ସମାନଙ୍କୁ

ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେମାନଙ୍କର ଅବିରତ ସମର୍ପଣ

ପାଇଁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଥିବା ବାର୍ତ୍ତାରେ

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଅନ୍ତର୍ଜାତୀୟ ନର୍ସ ଦିବସ ଅବସରରେ ଦେଶବ୍ୟାପୀ ସମସ୍ତ

ନର୍ସଙ୍କ ନିସ୍ୱାର୍ଥ ସେବା, ବୃତ୍ତିଗତ କୌଶଳ ଏବଂ ରୋଗୀ ସେବା ପ୍ରତି ସେମାନଙ୍କର ଅବିରତ ସମର୍ପଣ ପାଇଁ ମୁଁ ହୃଦୟଙ୍ଗମ

କୃତଜ୍ଞତା ଜଣାଉଛି।

ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ସେମାନଙ୍କର ଅବଦାନ ଏବଂ କଠିନ

ସମୟରେ ବ୍ୟକ୍ତି ଓ ପରିବାରମାନଙ୍କୁ ସହଯୋଗ କରିବାରେ ସେମାନଙ୍କର ଭୂମିକା ଗଭୀର ଭାବରେ

ମୂଲ୍ୟାଙ୍କନ ଓ ସମ୍ମାନିତ ହୋଇଆସୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande