ଅନ୍ତର୍ଜାତୀୟ ନର୍ସ ଦିବସରେ ନର୍ସମାନଙ୍କ ସମର୍ପଣକୁ ନମନ କଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର, ୧୨ ମଇ (ହି.ସ.) - ବିରୋଧୀ ଦଳନେତା ନବୀନ ପଟ୍ଟନାୟକ ଅନ୍ତର୍ଜାତୀୟ ନର୍ସ ଦିବସ ଅବସରରେ ନର୍ସମାନଙ୍କ ସେବା, ସମର୍ପଣ ଓ କରୁଣାଭାବକୁ ନମନ କରିଛନ୍ତି। ସୋସିଆଲ ମିଡିଆରେ ଜାରି କରାଯାଇଥିବା ନିଜ ବାର୍ତ୍ତାରେ ସେ କହିଛନ୍ତି ଯେ, ନର୍ସମାନଙ୍କର ଅତୁଟ ପ୍ରତିବଦ୍ଧତା, ସମ
ଅନ୍ତର୍ଜାତୀୟ ନର୍ସ ଦିବସରେ ନର୍ସମାନଙ୍କ ସମର୍ପଣକୁ ନମନ କଲେ     ନବୀନ ପଟ୍ଟନାୟକ


ଭୁବନେଶ୍ୱର, ୧୨ ମଇ (ହି.ସ.) - ବିରୋଧୀ ଦଳନେତା ନବୀନ ପଟ୍ଟନାୟକ ଅନ୍ତର୍ଜାତୀୟ ନର୍ସ ଦିବସ

ଅବସରରେ ନର୍ସମାନଙ୍କ ସେବା, ସମର୍ପଣ ଓ କରୁଣାଭାବକୁ ନମନ କରିଛନ୍ତି।

ସୋସିଆଲ ମିଡିଆରେ ଜାରି କରାଯାଇଥିବା ନିଜ ବାର୍ତ୍ତାରେ ସେ

କହିଛନ୍ତି ଯେ, ନର୍ସମାନଙ୍କର ଅତୁଟ ପ୍ରତିବଦ୍ଧତା, ସମର୍ପଣ ଓ ମାନବିକ ସମ୍ବେଦନା ସମାଜ ପାଇଁ ପ୍ରେରଣାଦାୟକ। ସେ

ନର୍ସମାନଙ୍କୁ “କରୁଣାର ଦେବଦୂତ” ବୋଲି ବର୍ଣ୍ଣନା କରି କହିଛନ୍ତି ଯେ, ସେମାନଙ୍କର ସେବାମୟ ସ୍ପର୍ଶ ଅସଂଖ୍ୟ ଲୋକଙ୍କ ଜୀବନ ରକ୍ଷା କରୁଛି

ଏବଂ ସମାଜକୁ ସୁସ୍ଥ ରଖୁଛି।

ନବୀନ ପଟ୍ଟନାୟକ କହିଛନ୍ତି ଯେ, ନର୍ସମାନଙ୍କ ସେବା ସ୍ୱାସ୍ଥ୍ୟ

ବ୍ୟବସ୍ଥାର ମୂଳ ଆଧାର ଓ ସେମାନଙ୍କର ଅମୂଲ୍ୟ ଅବଦାନକୁ ସମ୍ମାନ ଦିଆଯିବା ଉଚିତ। ସେ

ଆନ୍ତର୍ଜାତୀୟ ନର୍ସ ଦିବସରେ ସମସ୍ତ ନର୍ସଙ୍କ ପ୍ରତି କୃତଜ୍ଞତା ଜଣାଇ ସେମାନଙ୍କ ଉଜ୍ଜ୍ୱଳ

ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande