
ଭୁବନେଶ୍ୱର, 12 ମେ (ହି.ସ.)- ଅନ୍ତର୍ଜାତୀୟ ନର୍ସ ଦିବସରେ ନର୍ସମାନଙ୍କୁ
ଶୁଭକାମନା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଅନ୍ତର୍ଜାତିୟ ସେବିକା ଦିବସ ଅବସରରେ ସମସ୍ତ ନର୍ସ ମାନଙ୍କୁ
ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ନିଷ୍ଠା, ସେବାଭାବ ଓ
ମାନବତାର ସହିତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆପଣମାନଙ୍କ ବହୁମୂଲ୍ୟ ଅବଦାନ ପାଇଁ ଅଶେଷ
ଧନ୍ୟବାଦ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା