
ରାଉରକେଲା, ୦୨ ମେ (ହି.ସ.) - ନେତାଜୀ ସୁଭାଷ ପ୍ରେକ୍ଷାଳୟ, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ସୁନ୍ଦରଗଡ଼ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷ ରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଉରକେଲା ର ବିଧାୟକ ଶାରଦା ପ୍ରସାଦ ନାୟକ ଓ ସମ୍ମାନନୀୟ ଅତିଥି ଭାବେ ସୁନ୍ଦରଗଡ଼ ସାଂସଦ ତଥା କ୍ୟାବିନେଟ ମନ୍ତ୍ରୀ, ଭାରତ ସରକାର ଜୁଏଲ ଓରାମ ଙ୍କ ର ପ୍ରତିନିଧି ସୁରେଶ ପଟେଲ, ତଳସରା ବିଧାୟକ ତଥା ଉପବାଚସ୍ପତି, ବିଧାନସଭା,ଓଡ଼ିଶା ଭବାନୀ ଶଙ୍କର ଭୋଇ ଙ୍କର ପ୍ରତିନିଧି ଶ୍ରୀମତି ଲତିକା ପଟ୍ଟନାୟକ, ରଘୁନାଥପାଲ୍ଲୀ ବିଧାୟକ ତଥା ଅଧ୍ୟକ୍ଷ ସୁନ୍ଦରଗଡ଼ ଜିଲ୍ଲା ଯୋଜନା ବୋର୍ଡ ଦୁର୍ଗା ଚରଣ ତନ୍ତୀ ଙ୍କର ପ୍ରତିନିଧି ନିରଞ୍ଜନ ପଟେଲ ଯୋଗ ଦେଇଥିଲେ। ପ୍ରଭାଗୀୟ ଶ୍ରମ ଆୟୁକ୍ତ ସୁନୀତା କିଷାନ୍ ମଂଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ସହାୟତା ରାଶି ଯଥା - ବିବାହ ସହାୟତା ରାଶି ବାବଦରେ ୧୫୬ ଜଣଙ୍କୁ ଟ ୭୭,୨୫,୦୦୦/- , ମୃତ୍ୟୁ ସହାୟତା ରାଶି ୧୯୯ ଜଣଙ୍କୁ ଟ.୫,୩୭,୦୦,୦୦୦/- , ଅନ୍ତ୍ୟେଷ୍ଟି କାଳୀନ ସହାୟତା ରାଶି ୧୮୭ ଜଣଙ୍କୁ ଟ. ୯,୩୫,୦୦୦/ - , ଶିକ୍ଷା ସହାୟତା ରାଶି ୧୭୭ ଜଣଙ୍କୁ ଟ. ୨୨,୯୧,୦୦୦/- , ପ୍ରସୂତୀ ସହାୟତା ରାଶି ୪୯ ଜଣଙ୍କୁ ଟ. ୪,୯୦,୦୦୦/- ଏହିପରି ଭାବେ ସର୍ବମୋଟ ୬ କୋଟି ୫୧ଲକ୍ଷ ୪୧ ହଜାର ୦୦୦ ଟଙ୍କା ର ସହାୟତା ରାଶି ୭୬୮ ଜଣ ନିର୍ମାଣ ଶ୍ରମିକଙ୍କ ମଧ୍ୟରେ ବଂଟନ କରାଯାଇଥିଲା। ଏତତ୍ ବ୍ୟତୀତ ୨୦୦ ଜଣ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ସେହିପରି ଓଡ଼ିଆ ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନ ରେ ୨ ଜଣଙ୍କୁ ମୃତ୍ୟୁ କାଳୀନ ସହାୟତା ନିମିତ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସର୍ବମୋଟ ୬୦୦ ଜଣ ନିର୍ମାଣ ଏବଂ ଅଣସଂଗଠିତ ଶ୍ରମିକ, ଟ୍ରେଡ ୟୁନିଅନ ର କର୍ମକର୍ତା ଓ ସୁନ୍ଦରଗଡ଼ ଶ୍ରମ କାର୍ଯ୍ୟାଳୟର ସମସ୍ତ ସଦସ୍ୟ ଉପସ୍ଥିତି ଥିଲେ।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ