ସୁଭଦ୍ରା ଶକ୍ତି ମେଳାର ଚତୁର୍ଥ ଦିନରେ ସାଂସ୍କୃତିକ ଝଲକ
ଝାରସୁଗୁଡା, ୨ ମଇ (ହି.ସ.)- ସୁଭଦ୍ରା ଶକ୍ତି ମେଳାର ଚତୁର୍ଥ ଦିନ ଅବସରରେ ଶୁକ୍ରବାର ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ଓରମାସର ଡେପୁଟି ସିଇଓ ଯୁବରାଜ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା, ସହକାରୀ ନିର୍ଦ୍ଦେଶକ (ହସ
ସୁଭଦ୍ରା ଶକ୍ତି ମେଳାର ଚତୁର୍ଥ ଦିନରେ ସାଂସ୍କୃତିକ ଝଲକ


ଝାରସୁଗୁଡା, ୨ ମଇ (ହି.ସ.)- ସୁଭଦ୍ରା ଶକ୍ତି ମେଳାର ଚତୁର୍ଥ ଦିନ ଅବସରରେ ଶୁକ୍ରବାର ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ଓରମାସର ଡେପୁଟି ସିଇଓ ଯୁବରାଜ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା, ସହକାରୀ ନିର୍ଦ୍ଦେଶକ (ହସ୍ତଶିଳ୍ପ) ମୋନାଲିସା ପଟେଲ, ଡିପିଏମ୍ (ଓଏଲଏମ୍) ଝାରସୁଗୁଡା ଡ଼. ପୁଷ୍ପଶ୍ରୀ ନାୟକ, ଡିପିଏମ୍ (ଓଏଲଏମ୍) ସୁନ୍ଦରଗଡ଼ ସାମୁଏଲ ଟପ୍ପୋ ଓ ସୁଭଦ୍ରା ମାଆମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ ସଭାର ଶୁଭାରମ୍ଭ ହୋଇଥିଲା।

ସନ୍ଧ୍ୟାର ସାଂସ୍କୃତିକ ଅନୁଷ୍ଠାନରେ ନଟରାଜ କଳା କେନ୍ଦ୍ର, ଫୁଲବାଣୀ ପକ୍ଷରୁ ଓଡିଶୀ ଓ ଆଦିବାସୀ ନୃତ୍ୟ, କୃଷ୍ଣା ଡ୍ୟାନ୍ସ ଗ୍ରୁପ୍ ସମ୍ବଲପୁରୀ ନୃତ୍ୟ ଦର୍ଶକମାନଙ୍କୁ ମନ ମୋହିଥିଲା। ଏହାସହ ଅଦ୍ୱିତ ଦୀକ୍ଷିତ ଓ ଆଦ୍ୟା ଅନ୍ୱେଷାଙ୍କ ଚାଇନି-ଓଡିଶୀ ନୃତ୍ୟ, ଶ୍ରୀ ଚୈତନ୍ୟ ନିତ୍ୟାନନ୍ଦ ଘଣ୍ଟ ମୃଦଙ୍ଗ ସଂଘ (ଗଞ୍ଜାମ) ପକ୍ଷରୁ ପଶୁମୁଖା ନୃତ୍ୟ ବିଶେଷ ଆକର୍ଷଣ ହୋଇଥିଲା। ଏହାସହ ବେଦାନ୍ତ ‘ରାଇଜ ଅଫ ଡ୍ୟାନ୍ସ’ ଏକାଡେମୀଙ୍କ ହିନ୍ଦୀ ଓ ସମ୍ବଲପୁରୀ ରିମିକ୍ସ ଏବଂ ଉମେଶ କୁମ୍ଭାରଙ୍କ ସମ୍ବଲପୁରୀ ମେଲୋଡି ଦର୍ଶକମାନଙ୍କର ଭରପୂର ମନୋରଞ୍ଜନ କରିଥିଲା।

ସମଗ୍ର କାର୍ଯ୍ୟକ୍ରମକୁ ଉଦଘୋଷକ ରୂପେଶ ସାହୁ, ଉଦଘୋଷିକା ସ୍ୱେଜଲ ପ୍ରଧାନ ଓ ପ୍ରତୀକ୍ଷା ତ୍ରିପାଠୀ ସୁଚାରୁ ଭାବେ ପରିଚାଳନା କରିଥିଲେ।

ଝାରସୁଗୁଡା ଜିଲ୍ଲାପାଳ କୁଣାଲ ମୋତିରାମ ଚୱାଣଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶନାରେ ଏବଂ ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବିଶ୍ୱ ରଞ୍ଜନ ନାୟକଙ୍କ ଆବାହକତ୍ୱରେ ଦିନଟିର ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande