
କେନ୍ଦ୍ରାପଡା , 02 ମେ (ହି.ସ.)କେନ୍ଦ୍ରାପଡା ଏଆଇଟିୟୁସି ଶାଖା ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଶତାଧିକ ବର୍ଷ ଧରି ଲଗାତର ଲଢେଇ ଫଳରେ ଶ୍ରମିକମାନେ ହାସଲ କରିଥିବା ଅଧିକାରଗୁଡିକୁ ଛଡ଼ାଇ ନେବାପାଇଁ ଶ୍ରମ ସଂଶୋଧନ ଆଇନ୍ (ଶ୍ରମକୋଡ) ପ୍ରଚଳନ ମାଧ୍ୟମରେ ଉଦ୍ୟମ କରୁଥିବାରୁ ଏହା ବିରୋଧରେ ଐକ୍ୟବଦ୍ଧ ଓ ଶକ୍ତିଶାଳୀ ଆନ୍ଦୋଳନ ଗଢି ତୋଳିବାକୁ ଶ୍ରମିକ ଦିବସ ଅବସରରେ ଶ୍ରମିକ ନେତାମାନେ ଆହ୍ବାନ ଦେଇଛନ୍ତି। ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଏଆଇଟିୟୁସି ସହବନ୍ଧିତ ଅଙ୍ଗନୱାଡ଼ି, ଆଶା, ପାଚିକା, ନିର୍ମାଣ ଶ୍ରମିକ, ନାଇଟ୍ ୱ।ସମ୍ମାନ ପ୍ରଭୃତି ସଂଗଠନର ଶତାଧିକ ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମାଲିକଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିବା ପରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଗୋପ ସ୍ଥିତ ନିର୍ମାଲ୍ୟ ପ୍ୟାଲେସ ପରିସରରେ ସମବେତ ହୋଇଥିଲେ। ସେଠାରେ ବରିଷ୍ଠ ଶ୍ରମିକ ନେତା ସାଥୀ ବାବାଜୀ ଦଳଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଭାରତୀୟ କ୍ଷେତ ମଜଦୂର ୟୁନିୟନର ଜାତୀୟ କମିଟି ସଭ୍ୟ ଆଶିଷ କାନୁନଗୋ, ବିଶିଷ୍ଟ ପ୍ରଗତିବାଦୀ କବି ନିରାକାର ଦାସ, ସିପିଆଇ ରାଜ୍ୟ ନେତା ରମଣୀ ରଞ୍ଜନ ରାଉତରାୟ, ଜିଲ୍ଲା ସମ୍ପାଦକ ବିକାଶ ଚନ୍ଦ୍ର ବେଉରା ନାରୀନେତ୍ରୀ ଅବନ୍ତୀ ବେହେରା, ରଣଧୀର ଜେନାଙ୍କ ସମେତ ନିର୍ମାଣ ଶ୍ରମିକ ନେତ୍ରୀ ସୋହାନା ବେଗମ, ଅଙ୍ଗନୱାଡ଼ି ଜିଲ୍ଲା ସଭାପତି ସ୍ଵର୍ଣ୍ଣଲତା ଦାସ, ଆଶା ସଂଘ ନେତ୍ରୀ ରଞ୍ଜୁଲତା ବେହେରା, ପାଚିକା ସଂଘ ସଭାପତି ସୈ।ଭାଗିନୀ ପତି, ନାଇଟୀ ୱ।ଚମ୍ୟାନ ସଭାପତି ବସନ୍ତ ସାହୁ, ଭଜହରୀ ପ୍ରଧାନ, ଅକ୍ଷୟ ମଲିକ, ଗଜେନ୍ଦ୍ର ନାୟକ, ମମତାମୟୀ ଖଟୁଆ ପ୍ରମୁଖ ଶ୍ରମିକ ଦିବସର ମହତ୍ତ୍ବ ଓ ଆଜିର ଅବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଭାତୃପ୍ରତିମ ସଂଗଠନ ସିଆଇଟିୟୁ ଓ ଆଇଏନଟିୟୁସି ର ନେତୃତ୍ଵ ଗୟାଧର ଧଳ ଓ ମୁକ୍ତାର ଖାଁ ଶୁଭେଚ୍ଛା ବକ୍ତବ୍ୟ ପ୍ରଦାନ କରିଥିଲେ। ଶ୍ରମିକମାନଙ୍କର ଲଢୁଆ ଲାଲ ପତାକାକୁ ଶିକ୍ଷକନେତା ଅଧ୍ୟାପକ ଅଜୟ ସାମଲ ସଭା ଆରମ୍ଭରେ ଉତ୍ତୋଳନ କରିଥିଲେ। ଆଦିକନ୍ଦ ରାଉଳ, ସୀତାକାନ୍ତ ନାୟକ, ଅମରେନ୍ଦ୍ର ଦାସ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି