
କେନ୍ଦ୍ରାପଡା, ୦୨ ମଇ (ହି.ସ.) େନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ପଞ୍ଚାୟତ ଅଧୀନ ଭରସିଂହ ଗ୍ରାମର ସନ୍ତୋଷ କୁମାର ରାଉତ ବୟସ ୪୮ ଦୀର୍ଘ ଦିନ ହେବ ସମ ହସ୍ପିଟାଲରେ ଚିକିତ୍ସା ହେଉଥିଲେ।ସତଚେଷ୍ଟା ସତ୍ୱେ ଡାକ୍ତର ତାଙ୍କୁ ବଞ୍ଚାଇ ପାରିଲେ ନାହିଁ।ସୂଚନା ମୁତାବକ ସନ୍ତୋଷ ମଧୁମେହ ରୋଗରେ ଆକ୍ରାନ୍ତ ହେବା ସହ କୀଡୀନି ରୋଗରେ ପୀଡିତ ଥିଲେ।ଦିନକୁ ଦିନ ରୋଗ ବଢ଼ିବା ସାଙ୍ଗକୁ ଦୁଇଟି ଯାକ କିଡ଼ନୀ ସମ୍ପୂର୍ଣ ନଷ୍ଟ ହୋଇଯାଇଥିଲା।ଫଳରେ ପରିବାର ଲୋକେ ଉତ୍ତମ ଚିକତ୍ସା ପାଇଁ ସମ ମେଡିକାଲରେ ଭର୍ତି କରିଥିଲେ।ଯାହା କିଛି ଆର୍ଥିକ ସମ୍ବଳ ଥିଲା ସନ୍ତୋଷଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ କରି ଦେଇଥିଲେ ସ୍ତ୍ରୀ କଳ୍ପନା ରାଉତ।ହେଲେ ସମୁଦ୍ରକୁ ଶଙ୍ଖେ ଭଳି ଏହି ଅର୍ଥ ସନ୍ତୋଷଙ୍କ ଚିକିତ୍ସା ପାଇଁ ଯଥେଷ୍ଟ ହେଲା ନାହିଁ।ଫଳରେ ସନ୍ତୋଷଙ୍କ ଚାଲିଗଲା ଜୀବନ।ନିଜ ଗାଁରେ ଚାହା ବିସ୍କୁଟ ଦୋକାନ ଥିଲା ସନ୍ତୋଷଙ୍କ ର।ଏଥିରୁ ଯାହା ରୋଜଗାର ହେଉଥିଲା ସ୍ତ୍ରୀ ସହ ଦୁଇ ଜଣ ପିଲାଙ୍କୁ ନେଇ ପରିବାର ଚଳାଉ ଥିଲେ ସନ୍ତୋଷ।ନିଜର ସମ୍ବଳ କହିଲେ ଚାଳ ଘର ସହ ରାସନ କାର୍ଡ ଖଣ୍ଡିକ।ନିଜସ୍ୱ ଜମିବାଡ଼ି ବୋଲି କିଛି ନାହିଁ।ସନ୍ତୋଷଙ୍କ ଆକସ୍ମିକ ବିୟୋଗ ପରିବାରକୁ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି।ବାପାକୁ ହରାଇ ଝିଅ ସୌମ୍ୟା ରାଉତ ବୟସ ୧୫ ଓ ପୁଅ ସାଗସାନ ରାଉତ ବୟସ ୧୨ ବେସାହାରା ହୋଇପଡିଛନ୍ତି।ଦୁଇ ପିଲାଙ୍କୁ ନେଇ କେମିତି ପରିବାର ଚଳାଇବେ ସ୍ତ୍ରୀ କଳ୍ପନା ରାଉତ।ସନ୍ତୋଷ ଜଣେ ଭଲ ସ୍ବଭାବ ଓ ମେଳାପୀ ଲୋକ ଥିଲେ।ତାଙ୍କ ଅକସ୍ମାତ ମୃତ୍ୟୁରେ ଗାଁ ଓ ପଞ୍ଚାୟତ ରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ମଶାଣିରେ ସାହିପଡିଶାଙ୍କ ସହଯୋଗରେ ଶେଷକୃତ୍ୟ ସମ୍ପର୍ଣ କରାଯାଇଛି।ଏହି ଦୁଃଖଦ ଘଟଣାକୁ ନେଇ ସରପଞ୍ଚ ଅଶ୍ୱନୀ ପାତ୍ର ଓ ସମାଜସେବୀ ରଞ୍ଜନ କୁମାର ସାହୁ ସନ୍ତୋଷଙ୍କ ପରିବାର କୁ ପକ୍କାଘର ଯୋଗାଇ ଦେବା ସହିତ ଆର୍ଥିକ ସହାୟତା ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରବି