ବେଆଇନ ବାଲି ମାଫିଆଙ୍କ ରାଜ, ଗେଙ୍ଗୁଟି ନଦୀ ଶଯ୍ୟା ଚିରି ଲୁଟ୍ ଚାଲିଛି ପ୍ରାକୃତିକ ସମ୍ପଦ, ବିଭାଗୀୟ ଅଧିକାରୀ ଚୁପ୍
ଭଦ୍ରକ, ୨ ମଇ (ହି.ସ.) - ପ୍ରଶାସନର ଆଖିରେ ଧୂଳି ଦେଇ ତଥା ପ୍ରଶାସନର ନାକ ତଳେ ଚାଲିଛି କୋଟି କୋଟି ଟଙ୍କାର ବାଲି ଚୋରା ଚାଲାଣ। ଧାମନଗର ବ୍ଲକ ଧୁଶୁରି ଥାନା ଅନ୍ତର୍ଗତ ନରସିଂହପୁର ମୌଜାରେ ଏବେ ବାଲି ମାଫିଆଙ୍କ ପ୍ରାଦୁର୍ଭାବ ଚରମ ସୀମାରେ ପହଂଚିଛି। ଧୁଷୁରୀ ପଂଚାୟତ ଓ ଭଟସାହି ପଂଚାୟତ ର ମଧ୍ୟ ସ୍ଥ
BALI MAFIA RAJ PHOTO


ଭଦ୍ରକ, ୨ ମଇ (ହି.ସ.) - ପ୍ରଶାସନର ଆଖିରେ ଧୂଳି ଦେଇ ତଥା ପ୍ରଶାସନର ନାକ ତଳେ ଚାଲିଛି କୋଟି କୋଟି ଟଙ୍କାର ବାଲି ଚୋରା ଚାଲାଣ। ଧାମନଗର ବ୍ଲକ ଧୁଶୁରି ଥାନା ଅନ୍ତର୍ଗତ ନରସିଂହପୁର ମୌଜାରେ ଏବେ ବାଲି ମାଫିଆଙ୍କ ପ୍ରାଦୁର୍ଭାବ ଚରମ ସୀମାରେ ପହଂଚିଛି। ଧୁଷୁରୀ ପଂଚାୟତ ଓ ଭଟସାହି ପଂଚାୟତ ର ମଧ୍ୟ ସ୍ଥଳ ତଥା ବ୍ରାହ୍ମଣପାଳ କାଳୀମନ୍ଦିର ର ପଛ ପଟ ଗେଙ୍ଗୁଟି ଶାଖା ନଦୀରୁ ଦିନ ଦ୍ୱିପ୍ରହରରେ ବେଆଇନ ଭାବେ ବାଲି ଉତୋଳନ କରାଯାଉଥିବା ବେଳେ ନଦୀର ଅସ୍ତିତ୍ୱ ଏବେ ସଙ୍କଟରେ।ମିଳିଥିବା ସୂଚନା ଅନୁଯାୟୀ, ନରସିଂହପୁର ମୌଜାର ଖାତା ନଂ ୮୧୦ ଏବଂ ପ୍ଲଟ ନଂ ୧୨ (ଏରିଆ ୬୭୨) ବିଶିଷ୍ଟ ଗେଙ୍ଗୁଟି ଶାଖା ନଦୀରୁ ନିୟମକୁ ଜଳାଞ୍ଜଳି ଦେଇ ବେଆଇନ ଭାବେ ବାଲି ଖୋଳା ଚାଲିଛି। କେବଳ ସେତିକି ନୁହେଁ, ଏହି ବାଲିକୁ ସୁରକ୍ଷିତ ଭାବେ ରଖିବା ପାଇଁ ମାଫିଆମାନେ ନିକଟସ୍ଥ ଖାତା ନଂ ୮୩୩, ପ୍ଲଟ ନଂ ୪୩୮୩ ଉପରେ ବାଲିର ଏକ ବିରାଟ ପାହାଡ଼ ଠିଆ କରିଛନ୍ତି। ନଦୀ ଶଯ୍ୟାରୁ ବେଆଇନ ଭାବେ ବାଲି ଉଠାଯାଉ ଥିବାରୁ ଜଳ ସଂରକ୍ଷଣ ଓ ପରିବେଶ ଉପରେ ଏହାର ଗଭୀର ପ୍ରଭାବ ପଡ଼ୁଛି। ପ୍ଲଟ ନଂ ୪୩୮୩ ଉପରେ ପ୍ରାୟ ୧୦୦୦ ଟ୍ରିପ୍ରୁ ଅଧିକ ବାଲି ଗଚ୍ଛିତ କରି ରଖାଯାଇଛି, ଯାହାକି ମାଫିଆଙ୍କ ଦମ୍ଭକୁ ସ୍ପଷ୍ଟ କରୁଛି। ଏତେ ବଡ଼ ଦୁର୍ନୀତି ଚାଲିଥିଲେ ସୁଦ୍ଧା ସ୍ଥାନୀୟ ପ୍ରଶାସନ କିମ୍ବା ରାଜସ୍ୱ ବିଭାଗ କାହିଁକି ଚୁପ୍ ରହିଛି, ତାହା ଏବେ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଅନିୟନ୍ତ୍ରିତ ବାଲି ଉତୋଳନ ଯୋଗୁଁ ନଦୀ ପଠା ଧସିବା ସହ ଆଗାମୀ ଦିନରେ ବନ୍ୟା ଭୟ ବଢିବାର ଆଶଙ୍କା ଦେଖାଦେଇଛି।ରାଜ୍ୟ ସରକାର ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ କଡ଼ା ନିୟମ କରିଥିବା ବେଳେ, ଏଠୀ କେଉଁ ଆଧାରରେ ଏହି କାରବାର ଚାଲିଛି ତାର ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ। ତୁରନ୍ତ ଏହି ବେଆଇନ ବାଲି ଜବତ କରାଯିବା ସହ ସଂପୃକ୍ତ ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ସୁଚନା ଥାଉ କି ନଦୀ ପଠା ରେ ଏକ ପାହାଚ ନିର୍ମାଣ ପାଇଁ ସରକାରୀ ଅନୁଦାନ ଥିଲା ବେଳେ ତାହାକୁ ଆଳ କରି ସେଠାରୁ ଯେସିବି ଲଗାଇ ଟ୍ରକ ଓ ଟ୍ରାକ୍ଟର ରେ ନଦୀ ଗର୍ଭ ରୁ ଦିନ ଦିପହର ରେ ଏପରି ମାଫିଆ ମାନେ ମାଟି ଓ ବାଲି ଚୋରି କରୁଛନ୍ତି, ଏ ଦିଗରେ ଦେଉଳିଡିହ ଆର ଆଇ ଙ୍କୁ ଯୋଗା ଯୋଗ କରିଥିଲେ ମଧ୍ୟ କୌଣସି ସନ୍ତୋଷ ଜନକ ଉତର ଦେଇ ନଥିଲେ।ତେବେ ଭଦ୍ରକ ଜିଲ୍ଲାପାଳ ଙ୍କୁ ମଧ୍ୟ ଅଭିଯୋଗ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande