
କେନ୍ଦ୍ରାପଡା, ୦୨ ମଇ (ହି.ସ.)
କେନ୍ଦ୍ରାପଡ଼ା ଜିଲ୍ଲାର ଵାରୁଅ ଗ୍ରାମରେ ଜନ୍ମିତ ସ୍ଵନାମ ଧନ୍ୟ ଦିବଂଗତ କବି ଭାବଗ୍ରାହୀ ପରିଡାଙ୍କୁ ପଦ୍ମଶ୍ରୀ ଵାଵା ବଳିଆଙ୍କ ଦ୍ଵାରା ସଂସ୍ଥାପିତ ଜଗତସିଂହପୁର ଜିଲ୍ଲାର ଅରିଲୋ ସ୍ଥିତ ଅନନ୍ତ ବଳିଆ ଟ୍ରଷ୍ଟର ମୁଖପତ୍ର ଅନନ୍ତ ପ୍ରଭା ସାହିତ୍ୟ ତଥା ଆଧ୍ୟାତ୍ମିକ ପତ୍ରିକାର ୫୨ ତମ ସ୍ଵନକ୍ଷତ୍ର ଦିବସ ଅବସରରେ ମରଣୋତ୍ତର ଭାବରେ ସମ୍ମାନଜନକ ଅନନ୍ତ ପ୍ରଭା ସମ୍ମାନ ପ୍ରଦାନ କରାଯାଇଛି। ଏହି ଭବ୍ୟ ଉତ୍ସବରେ ଵାଵା ବଳିଆଙ୍କ ଗରିମାମୟ ଉପସ୍ଥିତିରେ ମୁଖ୍ୟ ଅତିଥି ତଥା ସମ୍ବାଦର ପ୍ରତିଷ୍ଠାତା
ସୈ। ମ୍ଯରଞ୍ଜନ ପଟ୍ଟନାୟକ ଏବଂ ମଞ୍ଚାସୀନ ଅନ୍ୟାନ୍ୟ ବରେଣ୍ୟ ଅତିଥିମାନେ କବି ଭାବଗ୍ରାହୀଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ମାନପତ୍ର, ପୁଷ୍ପମାଲ୍ୟ ଏବଂ ଅଙ୍ଗବସ୍ତ୍ରକୁ ତାଙ୍କ ସୁପୁତ୍ର ତଥା ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଙ୍ଗୀତଜ୍ଞ ବିମଳ ପ୍ରସାଦ ପରିଡ଼ାଙ୍କୁ ପ୍ରଦାନ କରିଥିଲେ। କବି ଭାବଗ୍ରାହୀ ଅନନ୍ତ ପ୍ରଭାର ଜଣେ ନିୟମିତ ଲେଖକ ଓ ପାଠକ ଥିଲେ। ତାଙ୍କର ଶତାଧିକ ପ୍ରବନ୍ଧ ଓ ଆଧ୍ୟାତ୍ମିକ କାହାଣୀ ଅନନ୍ତ ପ୍ରଭାରେ ପ୍ରକାଶିତ ହୋଇଥିଲା। କବିଙ୍କ ପ୍ରତିଟି ଆଲେଖ୍ୟ ଦ୍ଵାରା ବିଶେଷ ଭାବରେ ପ୍ରଭାବିତ ହୋଇ ଵାଵା ବଳିଆ ତାଙ୍କୁ ଦର୍ଶନ ଦେବା ସହିତ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହି ସମ୍ବର୍ଦ୍ଧନା ପର୍ବରେ କବିଙ୍କ ପରିବାର ତରଫରୁ ବିଜୟ କୁମାର ପରିଡ଼ା, ମମତାରାଣୀ ପରିଡା, ବିକ୍ରମ କେଶରୀ ପରିଡା, ନଳିନୀ ପ୍ରଭା ପରିଡା, ରେଡ଼ିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା,ବିକାଶ ଚନ୍ଦ୍ର ପରିଡା, ଲିଲୁରାଣୀ ପରିଡା, ବିଚିତ୍ରାନନ୍ଦ ପରିଡା, ତୃପ୍ତିମୟୀ ଜେନା ,ଦିବ୍ୟଜ୍ୟୋତି ଘଡେଇ, ଏକାଦଶୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ଅନନ୍ତ ପ୍ରଭାର ସମ୍ପାଦକ ମନୁଭାଇ, ପ୍ରମୋଦ ମହାପାତ୍ର, ପ୍ରସନ୍ନ ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କବିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବାରୁ ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀ ତରଫରୁ ଵାଵା ବଳିଆଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ରବି