

ବଲାଙ୍ଗିର, ୨ ମଇ (ହି.ସ.)- ୨୫୮୮ ତମ ବୁଦ୍ଧ ପୂର୍ଣ୍ଣିମା ମହୋତ୍ସବ ଗେଟ ସରୋବରପଡା ଅମ୍ବେଦକର ପାଠାଗାର ସ୍ଥିତ ବୁଦ୍ଧ ଏବଂ ଅମ୍ବେଦକରଙ୍କ ମିଳିତ ପ୍ରତିମୁର୍ତ୍ତି ଦଣ୍ଡୁଆ କୁମ୍ଭାରଙ୍କ ନେତୃତ୍ୱରେ ଏକ ପ୍ରଭାତଫେରି ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଏଥିରେ ରୁକ୍ମିଣୀ ବାଗ, ସୁବଳୟା କୁମ୍ଭାର, ସଂଯୁକ୍ତା ବାଗ, ବିଜୟ ବାରିକ, କଳିଙ୍ଗ ସୁନା, ରଘୁନାଥ ମୁଗ୍ରୀ, ଭୁବନ ନାଗ, ବିଶ୍ୱାମିତ୍ର କୁମ୍ଭାର ଏବଂ ବହୁ ସଂଖ୍ୟାରେ ବାଳକ, ବାଳିକା, ପୁରୁଷ ମହିଳାମାନେ ସାମିଲ ହୋଇଥିଲେ । ସହର ପରିକ୍ରମା ପୂର୍ବକ ବ୍ରାହ୍ମଣପଡା ରେ ସ୍ଥିତ ବୁଦ୍ଧ ପ୍ରତିମୁର୍ତ୍ତି, କଚରୀଛକ ରେ ଅମ୍ବେଦକରଙ୍କ ପ୍ରତିମୁର୍ତ୍ତି ଏବଂ ଯାଦବ ଭବନ ସମ୍ମୁଖରେ ସ୍ଥାପିତ ଫୁଲେ ଦମ୍ପତ୍ତିଙ୍କ ଯୁଗ୍ମ ପ୍ରତିମୁର୍ତ୍ତିରେ ଯଥାରୀତ ମତେ ଶ୍ରଦ୍ଧା ଓ ସମ୍ମାନ ଅଭିବାଦନ କରାଯାଇଥିଲା । ପରିଶେଷରେ ବଲାଙ୍ଗିର ରାଜେନ୍ଦ୍ର ପାର୍କ ମଧ୍ୟରେ ପ୍ରଭାତ ଫେରି ଦଳ ପହଂଚି ଥିଲେ । ଏହା ପରେ ଯୋଗଦାନ କରିଥିବା ପ୍ରାୟ ସମସ୍ତ ଜାତି, ଧର୍ମ ବର୍ଗର ବହୁ ସଂଖ୍ୟକ ମାନବୀୟ ଶ୍ରଦ୍ଧାଳୁ, ଶୁଭାକାଂକ୍ଷା ଏବଂ ହିତୈଶି ସମୁହକୁ ନେଇ ବୁଦ୍ଧଙ୍କୁ ଫୁଲ, ଧୁପ ଅର୍ପଣ ଏବଂ ଦୀପ ପ୍ରଜ୍ଜଳନ ପରେ ସାମୁହିକ ବୁଦ୍ଧ ବର୍ଣ୍ଣନା, ତ୍ରିଶରଣ, ପଂଚଶିଳ, ବୁଦ୍ଧପୂଜା ପଠନ ଗାନ କରାଯାଇଥିଲା ।
ଉକ୍ତ ସଭାରେ ନେପାଲ ବାଗଙ୍କ ସଂଯୋଜନାରେ ଧୀମାନ ଦଣ୍ଡୁଆ କୁମ୍ଭାରଙ୍କ ପ୍ରାରମ୍ଭ ଅଭିଭାଷଣରେ ସ୍ୱାଗତ ଶୁଭେଚ୍ଛା ଜଣାଇ ସମାଜରେ ନ୍ୟାୟ, ସୁଖ, ଶାନ୍ତି ପ୍ରତିଷ୍ଠା ପାଇଁ ଗୌତମ ବୁଦ୍ଧଙ୍କ ଶିକ୍ଷା ଅନିବାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଏହା ପରେ ଅନେକ ବକ୍ତା ବୁଦ୍ଧଙ୍କ ମୌଳିକ ଶିକ୍ଷା, କରୁଣା, ଅହିଂସା, ନ୍ୟାୟ ଓ ମୈତ୍ରୀର ସନ୍ଦେଶକୁ ସମାଜରେ ପ୍ରସ୍ତାପିତ ହେବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ । ବକ୍ତାମାନଙ୍କ ମଧ୍ୟରେ ବିଜୟ ବାରିକ, ରଘୁନାଥ ମୁଗ୍ରୀ, ଲୋକନାଥ ସୁନା, ସୀତାରାମ କୁମ୍ଭାର, ବିଶ୍ୱାମିତ୍ର କୁମ୍ଭାର, ଜ୍ୟୋତିଷ ମୁଗ୍ରୀ, ସବିତା ନନ୍ଦ, ରୁପାଲି ମହାନନ୍ଦ, ଦିନେଶ ନାଗ, କୌଶଲ୍ୟା କୁମ୍ଭାର ଏବଂ ଶେଷରେ ଭୁବନ ନାଗ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ତଥା ବୁଦ୍ଧ ପରିବାରବର୍ଗଙ୍କୁ ଧନ୍ୟବାଦ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ