
କେନ୍ଦୁଝର, ୨ ମଇ (ହି.ସ.)- କେନ୍ଦୁଝର ଜିଲ୍ଲା ଧରଣୀଧର ବିଶ୍ୱବିଦ୍ୟାଳୟ ଗୋପବନ୍ଧୁ ଛାତ୍ରବାସର ୫୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ କେନ୍ଦୁଝର ଜିଲ୍ଲାର ସାଂସଦ ଅନନ୍ତ ନାୟକ ଓ ଦିଗପହଣ୍ଡି ବିଧାୟକ ଓଡ଼ିଆ ସିନେ ଜଗତର ଜଣାଶୁଣା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଯୋଗଦେଇ ମହାବିଦ୍ୟାଳୟରେ ଛାତ୍ର ଜୀବନର ଅନୁଭୂତି ବର୍ଣ୍ଣନା କରିଥିଲେ। ଏହା ସହ ଛାତ୍ରାବାସ ଜୀବନରେ ଶୃଙ୍ଖଳା ଜ୍ଞାନ ନିହାତି ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। ଅନ୍ୟ ଅତିଥି ଭାବରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟର ପ୍ରତିଭା ପୃଷ୍ଟି ଓ ମୁଖ୍ୟ ବକ୍ତା ଭାବେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ପୂର୍ବ ର ରାଜ୍ୟ ସଭାପତି ଡକ୍ଟର ଦେବେଶ ଶଙ୍କର ହୋତା ଓ ଓଡ଼ିଆ ସିନେ ଜଗତର ଜଣାଶୁଣା ଅଭିନେତ୍ରୀ ଲୁମରାଇନା ଶତପଥୀ ଓ ହଷ୍ଟେଲ ସୁପରିଟେଡେଣ୍ଡ ପ୍ରଶାନ୍ତ ମିଶ୍ର ଏବଂ ସମାଜ ସେବୀ ଦିଲ୍ଲୀପ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଛାତ୍ରାବାସର ଛାତ୍ରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA