ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ
କେନ୍ଦ୍ରାପଡା , 02 ମେ (ହି.ସ.)ଆଜି ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷ, କେନ୍ଦ୍ରାପଡା ଠାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ଉପଲକ୍ଷେ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ବିଧାୟକ ମହାକାଳପଡ଼ା ଡ. ଦୁର୍ଗାପ୍ରସନ୍ନ ନାୟକ, ଜ଼ିଲ୍ଲାପରିଷ
ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀକଶ୍ରମିକ ଦିବସ


କେନ୍ଦ୍ରାପଡା , 02 ମେ (ହି.ସ.)ଆଜି ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷ, କେନ୍ଦ୍ରାପଡା ଠାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ଉପଲକ୍ଷେ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ବିଧାୟକ ମହାକାଳପଡ଼ା ଡ. ଦୁର୍ଗାପ୍ରସନ୍ନ ନାୟକ, ଜ଼ିଲ୍ଲାପରିଷଦ ସଭାପତି ଲିଲିତା ଦାସ,ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରବୀନ୍ଦ୍ର ମଲ୍ଲିକ ଯୋଗଦାନ କରିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ଅନନ୍ତ ପଦ୍ମନାଭ ମହମନସିଂ ସମସ୍ତଙ୍କୁ ଶିବିରକୁ ସ୍ବାଗତ ଭାଷଣ ସହିତ ସଭାକୁ ସମ୍ବୋଦିତ କରିଥିଲେ ଓ କନିଷ୍କ ନାରାୟଣ, ସହକାରୀ ଶ୍ରମ ଅଧିକାରୀ, ଗରଦପୁର ଉକ୍ତ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ । ଏହା ସହ ସହକାରୀ ଶ୍ରମ ଅଧିକାରୀ, କେନ୍ଦ୍ରାପଡା ଅଶୋକ କୁମାର ମୁର୍ମୁ, ସହକାରୀ ଶ୍ରମ ଅଧିକାରୀ ,ପଟ୍ଟାମୁଣ୍ଡାଇ, ଆଶୁତୋଷ ପଟେଲ, ସହକାରୀ ଶ୍ରମ ଅଧିକାରୀ, ଆଳି,ଏସ ଡି କିରଣ କୁମାର ଓ ସହକାରୀ ଶ୍ରମ ଅଧିକାରୀ, ମାର୍ଶାଘାଇ, ଜ୍ୟୋତି ରଞ୍ଜନ ପରିଡ଼ା ଏହି କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଜ୍ଝ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ସହାୟତା ରାଶି ଯଥା - ବିବାହ ସହାୟତା ରାଶି ବାବଦରେ ୧ ଜଣଙ୍କୁ ଟ. ୫୦,୦୦୦/- ମୃତ୍ୟୁ ସହାୟତା ରାଶି, ୩୦ ଜଣଙ୍କୁ ଟ. ୮୪,୦୦,୦୦୦/- ଅନ୍ତ୍ୟେଷ୍ଟି କାଳୀନ ସହାୟତା ରାଶି, ୨୬ ଜଣଙ୍କୁ ଟ. ୧,୩୦,୦୦୦/ - ଶିକ୍ଷା ସହାୟତା ରାଶି, ୯୭ ଜଣଙ୍କୁ ଟ. ୧୨,୩୯,୦୦୦/- ମାତୃତ୍ୱ ସହାୟତା ରାଶି, ୩୦ ଜଣଙ୍କୁ ଟ. ୩,୦୦,୦୦୦/- ଏହିପରି ଭାବେ ସର୍ବମୋଟ ୧,୦୧,୧୯,୦୦୦/- ଟଙ୍କାର ସହାୟତା ରାଶି ୧୮୪ ଜଣ ନିର୍ମାଣ ଶ୍ରମିକଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ଏତତ୍ ବ୍ୟତୀତ ୨୦୦ ଜଣ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ସେହିପରି ଓଡ଼ିଆ ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନ ୨୦ ଜଣ ଅଣସଂଗଠିତ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ୟ୍ୟକ୍ରମ ରେ ସର୍ବମୋଟ ୩୦୦ ଜଣ ନିର୍ମାଣ ଏବଂ ଅଣସଂଗଠିତ ଶ୍ରମିକ, ଟ୍ରେଡ ୟୁନିଅନର କର୍ମକର୍ତ୍ତା, ମିଡିଆ କର୍ମୀ ଓ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ଉପସ୍ଥିତି ଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande