
ଜୟପୁର, ୨ ମଇ (ହି.ସ.)- ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ପକ୍ଷରୁ ଆଜି ଚଢଉ କରି ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଡଙ୍ଗରା କମଳୁ ହରିଜନ, ଆମ୍ବାଗୁଡା ବେଜେ ହିରଣ୍ୟ ବୈଷ୍ଣବ । ସୂଚନା ଅନୁଯାୟୀ, ଦେଶି ମଦ ଚାଲାଣ ହେଉଥିବା ସୂଚନା ପାଇ ଡଙ୍ଗାରା ଓ ଆମ୍ବାଗୁଡା ବେଜେ ୨ ରାସ୍ତାରେ ଚଢଉ ହୋଇଥିଲା । ଚଢଉ କରି ୩୪ ଲିଟର ଦେଶି ମଦ ଜବତ ହୋଇଛି । ଗିରଫ ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୁଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି