ଭଡା ଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
କନ୍ଧମାଳ, ୨ ମଇ (ହି.ସ.)- ଫୁଲବାଣୀ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟର ଅତିଥି ଅଧ୍ୟାପିକା ତେଜସ୍ଵୀନୀ ପାଢୀ (୨୮) ଙ୍କ ମୃତଦେହ ଫୁଲବାଣୀରେ ତାଙ୍କ ଭଡା ଘରୁ ଉଦ୍ଧାର କରିଛି ଟାଉନ ଥାନା ପୁଲିସ l ତେଜସ୍ଵୀନୀ କାହିଁକି କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ l ତାଙ୍କ ଘର
ଭଡା ଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ


କନ୍ଧମାଳ, ୨ ମଇ (ହି.ସ.)- ଫୁଲବାଣୀ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟର ଅତିଥି ଅଧ୍ୟାପିକା ତେଜସ୍ଵୀନୀ ପାଢୀ (୨୮) ଙ୍କ ମୃତଦେହ ଫୁଲବାଣୀରେ ତାଙ୍କ ଭଡା ଘରୁ ଉଦ୍ଧାର କରିଛି ଟାଉନ ଥାନା ପୁଲିସ l ତେଜସ୍ଵୀନୀ କାହିଁକି କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ l ତାଙ୍କ ଘର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଶ୍ରୀରାମ ନଗରରେ ବୋଲି ଜଣାପଡିଛି l ଖବର ପାଇ ତାଙ୍କର ମା, ଭାଇ ଓ ପରିବାର ଲୋକେ ଫୁଲବାଣୀ ପହଞ୍ଚିଛନ୍ତି l ଅଧ୍ୟାପିକା ଝିଅର ଅକାଳ ମୃତ୍ୟୁରେ ମା କାନ୍ଦି କାନ୍ଦି ବେହୋସ୍ ହୋଇ ପଡ଼ୁଛନ୍ତି l

ଅତିଥି ଅଧ୍ୟାପିକା ତେଜସ୍ଵୀନୀ ଫୁଲବାଣୀ ସହରରେ ମାଦିକୁନ୍ଦା ଛକଠାରେ ଏକ ଘରଭଡ଼ା ନେଇ ଏକାକୀ ରହୁଥିଲେ l ତେବେ ବିଭାଗୀୟ କତୃପକ୍ଷଙ୍କ କୌଣସି ଚାପର ବଶବର୍ତ୍ତି ହୋଇ ହୁଏତ ଏହି ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି l ପୋଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି l ଅଧ୍ୟାପିକା ଝିଅର ଅକାଳ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ମା l ତେବେ ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ପୋଲିସ କହିଛି l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande