ଆଉ ନାହାନ୍ତି କବି ପ୍ରଭାତ ନଳିନୀ
ଭଦ୍ରକ, ୨ ମଇ (ହି.ସ.) - ପ୍ରାକ୍ତନ ପ୍ରଧ୍ୟାପିକା ବରିଷ୍ଠ ସାହିତ୍ୟିକା ପ୍ରଭାତ ନଳିନୀ ମହାପାତ୍ର ଆଉ ଆମ ଗହଣରେ ନାହାନ୍ତି ।ଗତକାଲି ରାତ୍ର ୧୦ସମୟରେ ସେ ଆମ ଗହଣରୁ ବିଦାୟ ନେଇ ଇହ ଧାମ ତ୍ୟାଗ କରିଛନ୍ତି ।ମୃତ୍ୟୁବେଳକୁ ତାଙ୍କୁ ୬୬ବର୍ଷ ହୋଇଥିଲା ।ଭଦ୍ରକ ସାହିତ୍ୟ ପରିଷଦରେ ସେ ଉପସଭାପତି ଭାବେ କ
PRAVAT NALINI DEATH


ଭଦ୍ରକ, ୨ ମଇ (ହି.ସ.) - ପ୍ରାକ୍ତନ ପ୍ରଧ୍ୟାପିକା ବରିଷ୍ଠ ସାହିତ୍ୟିକା ପ୍ରଭାତ ନଳିନୀ ମହାପାତ୍ର ଆଉ ଆମ ଗହଣରେ ନାହାନ୍ତି ।ଗତକାଲି ରାତ୍ର ୧୦ସମୟରେ ସେ ଆମ ଗହଣରୁ ବିଦାୟ ନେଇ ଇହ ଧାମ ତ୍ୟାଗ କରିଛନ୍ତି ।ମୃତ୍ୟୁବେଳକୁ ତାଙ୍କୁ ୬୬ବର୍ଷ ହୋଇଥିଲା ।ଭଦ୍ରକ ସାହିତ୍ୟ ପରିଷଦରେ ସେ ଉପସଭାପତି ଭାବେ କାର୍ଯ୍ୟ କରିବା ସହିତ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହିତ ସେ ଜଡ଼ିତ ଥିଲେ।ବିଶେଷକରି ଓଡ଼ିଶା ଲେଖିକା ସଂସଦ, ଭଦ୍ରକ ଶାଖାର ଜଣେ ସକ୍ରିୟ ସଦସ୍ୟା ହିସାବରେ ସେ ବେଶ ଚଳ ଚଂଚଳ ଥିଲେ।ଓଡ଼ିଆ କବିତା କ୍ଷେତ୍ରରେ ସୁପତିଚିତା ଡ.ମହାପାତ୍ର କେବଳ କବିତା ନୁହେଁ ଗଳ୍ପ ଓ ପ୍ରବନ୍ଧ କ୍ଷେତ୍ରରେ ମଧ୍ୟ ସ୍ୱକୀୟ ପ୍ରତିଭାର ପରିଚୟ ସୃଷ୍ଟି କରିଥିଲେ ।'କିଛି କିଛି ମନକଥା','ଚୈତ୍ର ର ଚୋରା ବାଲି',' ନିସର୍ତ ସମୟ','ଆମ ଗାଁ ନୂଆ ଚିତ୍ର',' 'ଶବ୍ଦ ପ୍ରତିମା ' ଓ ' ସ୍ୱପ୍ନରେ ଚିରକାଳ,,ଆଦି ଛଅଟି କବିତା ସଂକଳନ, 'ଖସି ପଡ଼ିଥିବା ତାରା, ଉପନ୍ୟାସ,ଗଳ୍ପ 'ଏ ସମାଜକୁ ଘୁଣ ଖାଇବାରୁ ରକ୍ଷାକର ' ଏବଂ 'ପ୍ରବନ୍ଧ ବର୍ଣାଳି' ପରି ଅନେକ ପୁସ୍ତକର ରଚୟିତା ।ତାଙ୍କର ମୃତ୍ୟୁ ଖବର ଶୁଣି ଡ.ରାଧାରାଣୀ ମହାପାତ୍ର,ଗୀତା ରାଣୀ ଆଇଚ,ବିଜୟ ବହଳୀ,ଝରଣା ପଟ୍ଟନାୟକ, ଡ.ସୁକାନ୍ତି ମହାପାତ୍ର,ଅଧ୍ୟାପିକା ଲିଲି ସାମଲ,ନିଳୀମା ପଣ୍ଡା,ରତିକାନ୍ତ ବେହେରା, ଭାନୁମତୀ ମାଟିଆ , ସୁଚିତ୍ରା ପାଣିଗ୍ରାହି, କାନନ ଆଚାର୍ଯ୍ୟସ୍ନେହ ଲତା ରାଉତ, ନମ୍ରତା ବିଶ୍ୱାଳ,ଆଦି ପହଞ୍ଚି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ତାଙ୍କ ବିୟୋଗ ରେ ସାହିତ୍ୟ ଜଗତ ରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି ହେଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande