କନ୍ଧରା ସ୍ମୂତିପୀଠରେ ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ
କନ୍ଧରା ସ୍ମୂତିପୀଠରେ ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ
କନ୍ଧରା ସ୍ମୂତିପୀଠରେ ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ


ସମ୍ବଲପୁର, ୦୨, ମେ (ହି.ସ.)

ସନ୍ଥକବି ଭୀମ ଭୋଇ ଥିଲେ ଦିବ୍ୟଦ୍ରଷ୍ଟା ଓ ଜଣେ ସମାଜ ସଂସ୍କାରକ । ସେ ସମଗ୍ର ଜଗତର କଲ୍ୟାଣ ପାଇଁ ନିଜକୁ ନର୍କକୁ ଠେଲି ଦେବାକୁ ପ୍ରସ୍ତୁତ ଥିଲେ ବୋଲି କନ୍ଧରା ଭୀମ ଭୋଇ ସ୍ମୃତିପୀଠରେ ସନ୍ଥକବି ଭୀମ ଭୋଇ ଏକାଡେମୀ ପକ୍ଷରୁ ପ୍ର. ଅଖିଳ ବିଶ୍ୱାଳଙ୍କ ସଭାପତିତ୍ୱରେ ସନ୍ଥକବିଙ୍କ ଜୟନ୍ତୀ ସଭାରେ ଵକ୍ତା ମାନେ ମତ ଦେଇଥିଲେ। ସଭାରେ ବୀରମହାରାଜପୁର କଲେଜର ବରିଷ୍ଠ ଅଧ୍ୟାପକ ପ୍ରକାଶ ସେଠ୍ ମୁଖ୍ୟବକ୍ତା, ସାମ୍ବାଦିକ ବେଣୁଧର ପ୍ରଧାନ ଓ ଶିକ୍ଷାବିତ୍ ଚକ୍ରଧର ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ବାବା ବ୍ରହ୍ମ ଅବଧୂତ ଆନନ୍ଦ ଚନ୍ଦ୍ର ଦାସ ଉଦଘାଟନ କରିଥିଲେ। ଏ ଅବସରରେ ମୁଖ୍ୟ ଅତିଥି ତଥା ଏମସିଏଲ କଣିହା ଏରିଆର ଜିଏମ ଦିନେଶ ମାଲିଙ୍କ ରଚିତ ସନ୍ଥକବି ଭୀମ ଭୋଇଙ୍କ ଜୀବନୀ ଆଧାରିତ ଉପନ୍ୟାସ ରଶ୍ମି ଲୋଚନ, ସ୍ତୁତି ଚିନ୍ତାମଣିର ହିନ୍ଦି ଅନୁବାଦ, ଶିଶୁ ପତ୍ରିକା 'ଆମ କୁନାକୁନି'ର ଚତୁର୍ଥ ସଂଖ୍ୟା ଉନ୍ମୋଚିତ ହୋଇଥିଲା। କବି ଦେବେନ ପଟେଲଙ୍କ ସଂଯୋଜନାରେ ବହୁ କବି ସ୍ୱରଚିତ କବିତା ପାଠ କରିଥିଲେ। ଶିକ୍ଷକ ଅନୀଲ ମେହେର ଅତିଥି ପରିଚୟ ପ୍ରଦାନ ଓ ସଭା ସଂଯୋଜନା କରିଥିବା ବେଳେ ସନ୍ଥକବି ଭୀମ ଭୋଇ ଏକାଡେମୀର ଅଧ୍ୟକ୍ଷ ମୁରଲୀ ଧର ସେଠୀ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ। ବାବା ମହେନ୍ଦ୍ର ତ୍ୟାଗୀ, ଗୋକୁଳାବାବା, କଦଳୀଗଡ଼ ଅର୍ଜୁନ ସ୍ନାତକ କଲେଜର ଅଧ୍ୟକ୍ଷ ଅଖିଳେନ୍ଦ୍ର ଶାସନୀଙ୍କ ସହ ରେଢ଼ାଖୋଲ, ସୋନପୁର ଓ ଅନୁଗୁଳ ର ମହିମାଶ୍ରିତ ସାଧୁ, ଭକ୍ତ, ଶିକ୍ଷାବିତ୍, ସାହିତ୍ୟିକ ଓ ସମାଜସେବୀ ଉପସ୍ଥିତ ଥିଲେ। କନ୍ଧରା ଭୀମ ଭୋଇ ଯୁବକ ସଂଘ ତଥା ଗ୍ରାମ୍ୟ କମିଟିର ସଭାପତି ଧ୍ରୁବଚରଣ ଦାଶ, ସୁମନ୍ତ ପ୍ରଧାନ, ଅଲେଖ ମେହେର, ପଞ୍ଚାନନ କର୍ମୀ, କୁନା ମେହେର, ଗୋକୁଳାନନ୍ଦ ମେହେର, ଅଭିମନ୍ୟୁ କର୍ମୀ ପ୍ରମୁଖ ସଭା ପରିଚାଳନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande