
ସମ୍ବଲପୁର, ୦୨, ମେ (ହି.ସ.) - ଜିଲ୍ଲା ପ୍ରଶାସନଙ୍କ ସଂଗଠିତ ଓ ପରିକଳ୍ପିତ ପଦକ୍ଷେପର ପରିଣାମ ରୂପେ ୨୦୨୬ ମାଟ୍ରିକ ପରୀକ୍ଷାରେ ସମ୍ବଲପୁର ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏ ୱାନ ଓ ଏ ଟୁ ଶ୍ରେଣୀରେ ଚଳିତ ବର୍ଷ ଉତମ ଲକ୍ଷଣର ବୃଦ୍ଧି ଦେଖାଯାଇଛି।
ବର୍ଷଭିତିକ ତୁଳନାକୁ ଅନୁଧ୍ୟାନ କଲେ ଏ-ୱାନ୍ ରେ ୨୦୨୪-୨୫ରେ ୧୯ ଜଣ ଥିଲା ବେଳେ ୨୦୨୫-୨୬ରେ ୪୧ ଜଣରେ ପହଂଚିଛି । ଯାହା ଦୁଇ ଗୁଣରୁ ଅଧିକ । ସେହିପରି ଏ-ଟୁରେ ୨୦୨୪–୨୫ରେ ୧୬୦ ଜଣ ଥିବାବେଳେ ୨୦୨୫–୨୬ରେ ୩୩୪ ଜଣ କୃତକାର୍ଯ୍ୟ ହେବା ସଂପ୍ରତି ଉଲ୍ଲେଖନୀୟ ବୃଦ୍ଧି କୁହାଯାଇପାରେ । ଏହି ସଫଳତା ପଛରେ ଜିଲ୍ଲା ପ୍ରଶାସନଙ୍କ ଯୋଜନାବଦ୍ଧ ଶିକ୍ଷାମୂଳକ ପଦକ୍ଷେପ-ଦୈନିକ ରିମେଡିଆଲ କ୍ଲାସ, ମାସିକ ସ୍ଟାଣ୍ଡାର୍ଡ ପରୀକ୍ଷା, ନିୟମିତ ଫଳାଫଳ ବିଶ୍ଳେଷଣ ଓ ଶିକ୍ଷାର୍ଥୀଙ୍କ ଆଗୁଆ ଚିହ୍ନଟ-ମୂଳ ଭୂମିକା ନିଭାଇଛି। ଏହା ସହିତ ଏ-ୱାନ ସ୍କାଉଟିଂ କ୍ୟାମ୍ପ ଓ ଜିଲ୍ଲା ସ୍ତରୀୟ ମେଗା କୋଚିଂ କାର୍ଯ୍ୟକ୍ରମ “ଲକ୍ଷ୍ୟ ୨.୦” ଉଚ୍ଚ ସଫଳତା ପ୍ରାପ୍ତିରେ ଛାତ୍ରଛାତ୍ରୀଙ୍କୁ ଦୃଢ଼ ମାର୍ଗଦର୍ଶନ ଦେଇଛି। ନିୟମିତ ଏକାଡେମିକ ମନିଟରିଂ ଓ ଶିକ୍ଷକମାନଙ୍କ ସକ୍ରିୟ ସହଭାଗୀତା ଫଳାଫଳକୁ ଆହୁରି ସୁଦୃଢ କରିଛି। ଜିଲ୍ଲା ପ୍ରଶାସନ ସମସ୍ତ ସଫଳ ଛାତ୍ରଛାତ୍ରୀ, ଶିକ୍ଷକ ଓ ପିତାମାତାଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଆହୁରି ଉତ୍କର୍ଷ ଲକ୍ଷ୍ୟରେ କାମ କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଛି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ