
ନୂଆପଡ଼ା,୨ ମଇ (ହି.ସ.)- ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେଜଲ୍ଟ ଆଜି ପ୍ରକାଶ ପାଇଛି। ଏଥିରେ ଜିଲ୍ଲାର ୧୩ ଜଣ ଛାତ୍ରଛାତ୍ରୀ ଏୱାନ ଗ୍ରେଡ଼ ପାଇଛନ୍ତି। ଜିଲ୍ଲାର ଖଡିଆଳ ବ୍ଲକରେ ୩ ଜଣ, କୋମନା ବ୍ଲକରେ ୫ ଜଣ, ବୋଡ଼େନରେ ଜଣେ, ସିନାପାଲିରେ ୪ ଜଣ ଛାତ୍ରଛାତ୍ରୀ ଏୱାନ ଗ୍ରେଡ ପାଇଛନ୍ତି। ଜିଲ୍ଲାରେ ପାସହାର ୯୭.୮୭ ପ୍ରତିଶତ ରହିଥିବା ସୂଚନା ମିଳିଛି। ସେହିପରି ଜିଲ୍ଲାରେ ୨୨୬ ଜଣ ଏ-ଟୁ, ୧୧୧୧ ଜଣ ବି-ୱାନ, ୨୩୮୭ ଜଣ ବି-ଟୁରେ ଉତୀର୍ଣ ହୋଇଛନ୍ତି। ଜିଲ୍ଲାର ଖଡ଼ିଆଳ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩ ଜଣ ଛାତ୍ରଛାତ୍ରୀ ଏ-ୱାନ ଗ୍ରେଡ଼ ପାଇଛନ୍ତି। ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଅଂଶୁମାନ ବାରିକ ୯୧ ପ୍ରତିଶତ, ଛାତ୍ରୀ ଶ୍ରୀୟାସ୍ମିତା ସାହୁ ୯୦.୬୬ ପ୍ରତିଶତ ଓ ଛାତ୍ର ଲୁକେଶ୍ୱର ଛତ୍ରିଆ ୯୦ ପ୍ରତିଶତ ରଖି ଏ-ୱାନ ଗ୍ରେଡ଼ ରଖିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ