
ସମ୍ବଲପୁର, ୦୨, ମେ (ହି.ସ.) ସମ୍ବଲପୁର ବିଶ୍ଵବିଦ୍ୟାଳୟ ପରିଚାଳିତ ସ୍ନାତକ ଇତିହାସ ସମ୍ମାନ ପରୀକ୍ଷାରେ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ର +୩ ଶେଷ ବର୍ଷର ଛାତ୍ରୀ ତଥା ଖଣ୍ଡିବାହାଲ ଗ୍ରାମର ଗଙ୍ଗାଧର ମାଝୀ ଓ ରିନା ମାଝୀଙ୍କ ସୁକନ୍ୟା ରଚନା ମାଝୀ ୯.୦୫ ଗ୍ରେଡ୍ ପଏଣ୍ଟ ହାସଲ କରି ବିଶ୍ଵବିଦ୍ୟାଳୟ ରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି । ଏଥିପାଇଁ ନାକଟିଦେଉଳ କଲେଜ ଷ୍ଟାଫ୍ କାଉନସିଲ ତରଫରୁ ଆୟୋଜିତ ସମ୍ବର୍ଦ୍ଧନା ସମାରୋହ ରେ ରଚନା ଙ୍କୁ ଅଧ୍ୟକ୍ଷ ସୁଧୀର ସାହୁ, ଇତିହାସ ଅଧ୍ୟାପକ ଦେବେଶ ବିଶ୍ୱାଳ ଓ ଶିକ୍ଷା ବିଭାଗ ର ଅଧ୍ୟାପକ ଶେଷ ଦେବ ବିଶ୍ୱାଳ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସମେତ କର୍ମଚାରୀ ବୃନ୍ଦ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ରଚନାଙ୍କ ଏହି ସଫଳତା ପାଇଁ ସେ ପୂର୍ବରୁ ଅଧ୍ୟୟନ କରିଥିବା ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସରାପାଲି ହାଇସ୍କୁଲ ଓ ବିଜାଗଡ଼ ୟୁପି ସ୍କୁଲ ତରଫରୁ ରଚନା ଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ରଚନା ତର୍କ, ପ୍ରବନ୍ଧ ଓ ସାଧାରଣ ଜ୍ଞାନ ପ୍ରତିଯୋଗୀତାରେ ମଧ୍ୟ ସେ ପୁରସ୍କାର ହାସଲ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ