
ଭୁବନେଶ୍ୱର, ୦୨ ମଇ (ହି.ସ.)- ବ୍ୟାଙ୍କକୁ ଭଉଣୀର କଙ୍କାଳ ନେଇ ଭାଇ ଆସିବା ଘଟଣାରେ ଅର୍ଥ ମନ୍ତ୍ରୀଙ୍କୁ ନବୀନ ଚିଠି ଲେଖିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। କଟାକ୍ଷ କରି ଆଇନ ମନ୍ତ୍ରୀ କହିଛନ୍ତି ନବୀନ ଜଣେ ଚିଠି ଲେଖା ନେତା। ସେ ସୋସିଆଲ ମିଡିଆରେ ଗାଳି ଛଡ଼ା ଅଧିକ କିଛି କରିପାରିବେନି। ଦାନ ମାଝୀ ଘଟଣା ସମୟରେ ସେ ମୁଖ୍ୟମନ୍ତ୍ରୀ ଥିଲେ ବୋଲି ନବୀନ ବାବୁ ଭୁଲି ଯାଇଛନ୍ତି।
ଦାନ ମାଝୀ ଘଟଣାରେ ସମ୍ପୂର୍ଣ୍ଣ ରାଜ୍ୟ ସରକାରଙ୍କ ଭୁଲ ଥିଲା। ସେତେବେଳେ କିଏ କାହାକୁ ଚିଠି ଲେଖିଥିଲା ବୋଲି ପ୍ରଶ୍ନ କରିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା