
ସମ୍ବଲପୁର, ୦୨, ମେ (ହି.ସ.) ସମ୍ବଲପୁର ସହର ବୁଢାରାଜା ସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ, ଆଞ୍ଚଳିକ କାର୍ଯ୍ୟାଳୟ ତରଫରୁ ବ୍ୟାଙ୍କର ପ୍ରଥମ ପ୍ରତିଷ୍ଠା ଦିବସ ଅବସରରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ୟାଙ୍କର କର୍ମଚାରୀମାନଙ୍କ ଦ୍ୱାରା ଆୟୋଜିତ ଏହି ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଏହି କାର୍ଯ୍ୟକ୍ରମରେ ଗ୍ରାହକ ତଥା ସ୍ଥାନୀୟ ଲୋକମାନଙ୍କୁ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଇଥିଲା । ଏହି ଶିବିରରେ ୫୦ ଜଣଙ୍କୁ ମାଗଣା ଡାକ୍ତରୀ ପରାମର୍ଶ ସହ ନମୁନା ସଂଗ୍ରହ କରି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ରିପୋର୍ଟ ପ୍ରଦାନ କରାଯାଇଥିଲା । ସ୍ଥାନୀୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମକୁ ବେଶ୍ ପ୍ରଶଂସା କରିଥିଲେ । ଆଞ୍ଚଳିକ ପ୍ରବନ୍ଧକ ସଞ୍ଜୀବ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ସହ ହିରଣ୍ମୟ ଦଳାଇ, ସ୍ୱରୂପ ସଂପଦ ପୁଜାରୀ, ସୁଜିତ କୁମାର ପଣ୍ଡା, ପ୍ରଦ୍ୟୁମ୍ନ କୁମାର ପଣ୍ଡା ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ