
ସମ୍ବଲପୁର, ୦୨, ମେ (ହି.ସ.) - ସମ୍ବଲପୁର ସଦର ଦାନୀପାଲି କୁଲତାପଡ଼ା ଅଂଚଳର ୮୪ ବର୍ଷିୟ ବିଶିଷ୍ଟ ସମାଜସେବୀ ଛେଳିଆ ପ୍ରଧାନଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଲହରୀ ଖେଳିଯାଇଛି। ଗତ ଶୁକ୍ରବାର ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଥିଲା । ପରିଚୟରେ ସେ ଜଣେ ମିଷ୍ଟଭାଷୀ ଧର୍ମପରାୟଣ ବ୍ୟକ୍ତି ସହ ନିକଟରେ ଥିବା ରାମଚଣ୍ଡୀ ସେବା ସଦନର ପ୍ରତିଷ୍ଠାତା ସଦସ୍ୟ ଥିଲେ । ରାମଚଣ୍ଡୀ ଛାତ୍ରବାସ ଠାରୁ ଆରମ୍ଭ କରି ମନ୍ଦିର ଓ ସମାଜର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଆସୁଥିଲେ। ଦାନୀପାଲି କୁଲତାପଡ଼ା ସମେତ ଆଖପାଖ ସମସ୍ତ ଅଂଚଳରେ ଅତି ଆପଣାର ଥିଲେ । କିଛି ଦିନ ଧରି ଶାରୀରିକ ଅସୁସ୍ଥତା ପରେ ତାଙ୍କର ପରଲୋକ ଘଟିଥିଲା। ତାଙ୍କ ବିୟୋଗ ଖବର ପାଇ ବନ୍ଧୁ ବାନ୍ଧବ, କୁଲତା ସମାଜର ସଦସ୍ୟ ଏବଂ କୁଲତା ପଡ଼ାର ଶତାଧିକ ଲୋକ ଶୋଭାଯାତ୍ରାରେ ରାମ ନାମ ଧ୍ୱନୀରେ ରାଜଘାଟ ପର୍ଯ୍ୟନ୍ତ ତାଙ୍କ ମରଶରୀରକୁ ନେଇ ରାଜଘାଟ ଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଅନ୍ତିମ ସମୟରେ ସ୍ତ୍ରୀ କୁମୁଦିନୀ, ପୁଅ ସୁବାଷ, ରବି, ପୁତ୍ରବଧୂ ରିନି, ନିଲୁ, ଝିଅ ସବିତା, ସରିତା ଜ୍ୱାଇଁ ହୃଦାନନ୍ଦ, ଅଶ୍ୱନୀଧର, ନାତିନାତୁଣୀଙ୍କ ସମେତ ପ୍ରଧାନ ପରିବାର ଏବଂ ବନ୍ଧୁ ବାନ୍ଧବ ସମସ୍ତେ ଉପସ୍ଥିତ ଥିଲେ । ବଡ଼ ପୁଅ ସୁବାଷ ମୁଖାଗ୍ନି ଦେବାପରେ ଅନ୍ତିମ ସଂସ୍କାର କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ