୬୩୫ କ୍ଵିଣ୍ଟାଲ ଚାଉଳ ଆତ୍ମସାତ୍ ଘଟଣା : ୩ ସରକାରୀ ଅଧିକାରୀଙ୍କୁ ଦୁଇ ବର୍ଷ ଜେଲ୍
କେନ୍ଦୁଝର, ୨ ମଇ (ହି.ସ.)- କେନ୍ଦୁଝର ଜିଲ୍ଲା ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଏକ ଚାଉଳ ଆତ୍ମସାତ୍ ମାମଲାର ବିଚାରଣା କରି ଆଜି ନିଜ ରାୟରେ ୩ ଜଣ ସରକାରୀ ଅଧିକାରୀଙ୍କୁ ଦୁଇ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହା ସହ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଅନାଦେୟ ୪ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି
Sentence to officer


କେନ୍ଦୁଝର, ୨ ମଇ (ହି.ସ.)- କେନ୍ଦୁଝର ଜିଲ୍ଲା ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଏକ ଚାଉଳ ଆତ୍ମସାତ୍ ମାମଲାର ବିଚାରଣା କରି ଆଜି ନିଜ ରାୟରେ ୩ ଜଣ ସରକାରୀ ଅଧିକାରୀଙ୍କୁ ଦୁଇ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହା ସହ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଅନାଦେୟ ୪ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ।

ପ୍ରକାଶ ଯେ, ହାଟଡିହି ବ୍ଲକର ପୂର୍ବତନ ପି ଏ ଶ୍ରୀକାନ୍ତ ସେଠୀ, ପୂର୍ବତନ ଡବ୍ଲୁଇଓ ଗଙ୍ଗାଧର ନାୟକ ଓ ପୂର୍ବତନ ଏଫଇଓ ରମେଶ ଚନ୍ଦ୍ର ସେଠୀ ୬୩୫ କ୍ଵିଣ୍ଟାଲ ଚାଉଳ ଆତ୍ମସାତ୍ କରିଥିଲେ। ଏହାକୁ କେନ୍ଦୁଝର ଭିଜିଲାନ୍ସ ୨୦୦୩ ମସିହାରେ ଧରି ଏହି ତିନି ଜଣଙ୍କ ନାମରେ କେଶ୍ ରୁଜ୍ଜୁ କରିଥଲେ। ଆଜି ଏହାକୁ ସ୍ପେସାଲ୍ ପିପି ବଳଭଦ୍ର ନନ୍ଦ ଓ ବିଶ୍ୱଜିତ୍ କୁମାର ପରିଚାଳନା କରିଥିଲା ବେଳେ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଭଗବାନ ପ୍ରଧାନ ଶୁଣାଣି କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande