ସାଓଲିନ ସଂଘରେ ବୁଦ୍ଧ ପୂର୍ଣ୍ଣିମା ପାଳିତ
ସାଓଲିନ ସଂଘରେ ବୁଦ୍ଧ ପୂର୍ଣ୍ଣିମା ପାଳିତ
ସାଓଲିନ ସଂଘରେ ବୁଦ୍ଧ ପୂର୍ଣ୍ଣିମା  ପାଳିତ


ସମ୍ବଲପୁର, ୦୨, ମେ (ହି.ସ.)

ସ୍ଥାନୀୟ ସାଓଲିନ କୁମ୍ଫୁ ଉଷୁ ସଂଘ ପକ୍ଷରୁ ଜିଲ୍ଲା ଜୁଡୋ ହଲ ଠାରେ ଆୟୋଜିତ ମାର୍ସଲ ଆଟ୍ ର ଜନକ ମହାତ୍ମା ବୁଦ୍ଧଙ୍କ ଜୟନ୍ତୀ ଓ ବୁଦ୍ଧ ପୁର୍ଣିମା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲଜପତ ରାଏ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ର. ବିଜୟାନଦ ବେହେରା ମୂଖ୍ଯ ଅତିଥୀ ଓ ପୂର୍ବତନ ନଗରପାଳ ଗିରିଶ ପଟେଲ ମୁଖ୍ଯବକ୍ତା ଭାବରେ ଯୋଗ ଦେଇଥିଲେ । ଏସୋସିଏସନ ର ଛାତ୍ର ଛାତ୍ରୀଙ୍କ ମଧ୍ୟରେ କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏହାକୁ ପ୍ରଶିକ୍ଷୀକା ଗାୟତ୍ରୀ ମିଶ୍ର, ଦିବ୍ଯ କରିସ୍ମା ପୃଷ୍ଟି , ପୁଷ୍ପାଞଳି ସାହୁ ପରିଚାଲନା କରିଥିଲେ । କାର୍ଯ୍ୟକ୍ରମରେ ପ୍ରିତି ମିର୍ଦ୍ଧା ଜାତୀୟ କୁସ୍ତି ଖେଳାଳି ଓ ଖେଲୋ ଇଣ୍ଡିଆ ଖେଳାଳି ରଶ୍ମିତା କୁମୁରାଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ସମ୍ପାଦକ ସୁବାସ ଚନ୍ଦ୍ର ବେହେରା ବୁଦ୍ଧ ଙ୍କ ନିତୀ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ସଞିବ ପଟ୍ଟନାୟକ, ପରେଶ ବରିହା, କ୍ଷମାନିଧି ବାଦି , ଶୋହନ ଦୀପ , ଲିଙ୍ଗରାଜ ମାଝି ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande