
ଜୟପୁର, ୨ ମଇ (ହି.ସ.)- ଟାଟା ପାୱାର ଅଧିକାରୀ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଅଳ୍ପ ଦରମା ଦେଉଛନ୍ତି। ସେଥିରେ ପୁଣି ନିନ ଅଞ୍ଚଳରୁ ଟ୍ରାନ୍ସସଫର କରୁଛନ୍ତି । ପରିବାର ଚଳାଇବା ସମସ୍ୟା ହେବ । ଏଣୁ ବଦଳି ବାତିଲ କରିବାକୁ ଦାବି କରିଛି ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ। ଜୟପୁର ସ୍ଥିତ ଟାଟା ପାୱାର ଅଧିକ୍ଷଣ ଯନ୍ତ୍ରୀଙ୍କ କାଯ୍ୟାଳୟରେ ଆଜି ଓଡିଶା ବିଦ୍ୟୁତ କର୍ମଚାରି ମହାସଂଘର ସଦସ୍ୟ ମାନେ ବିକ୍ଷୋଭ କରିଛନ୍ତି । ବାଲିମେଳା ସେକ୍ସନର ଜଣେ କର୍ମଚାରିଙ୍କୁ ବଦଳି କରାଯାଇଛି । କମ୍ ଦରମାରେ କାର୍ଯ୍ୟ କରୁଥିବା ବେଳେ ବଦଳି ହେଲେ କର୍ମଚାରି ହଇରାଣ ହେଉଛନ୍ତି । ତାଙ୍କ ବଦଳି ବାଲିତ କରିବା ଦାବି ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୧୦ ରୁ ୧୨ ଘଣ୍ଟା କାର୍ଯ୍ୟ କରୁଥିବା କର୍ମଚାରିଙ୍କୁ ସ୍ଥାୟୀ ନକରି ବଦଳି କରାଯାଇଥବାରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତୁରନ୍ତ ବଦଳି ବାତିଲ ନକଲେ ଆଗାମି ଦିନରେ କେବଳ ଜୟପୁର ଡିଭିଜନ ନୁହେଁ ସର୍କିଲ ନବରଙ୍ଗପୁର, ମାଲକାନଗିରି, ଜୟପୁର, କୋରାପୁଟ ସାରା ଆନ୍ଦୋଳନ ହେବ ବୋଲି ଓଡିଶା ବିଦ୍ୟୁତ କର୍ମଚାରି ମହାସଂଘର ଜୟପୁର ଡିଭିଜିନ ଅଗ୍ରାନାଇଜର ଯୁଗଳ ନାହାକ ସୂଚନା ଦେଇଛନ୍ତି । ବିଭାଗୀୟ ଅଧିକାରିମାନେ ମନ ମୁଖି କାର୍ଯ୍ୟ କରୁଛନ୍ତି। ବିଗତ ଦିନରେ ଏପରି କରୁଥିବା ବେଳେ ବର୍ତମାନ ପୁଣି ଆରମ୍ଭ କରିଛନ୍ତି । ତେଣୁ ଟାଟା ପାୱାର ଏପରି କାର୍ଯ୍ୟରୁ ନିବୃତ୍ତ ରହନ୍ତୁ ନଚେତ ଆନ୍ଦୋଳନ ଜୋରସୋର ହେବ ବୋଲି ଚେତାବନୀ ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି