
ଖୋର୍ଦ୍ଧା, ୦୨ ମେ (ହି.ସ.) - ସାମ୍ବାଦିକ ସୁରକ୍ଷା ଓ ପେନସନ ଦାବୀ ରେ ଉତ୍କଳ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରାଯାଇଛି। ଜିଲ୍ଲା ସଭାପତି ଅବ୍ୟକ୍ତ ହରିହର ଖାଡ଼ଙ୍ଗାଙ୍କ ନେତୃତ୍ୱରେ ବରିଷ୍ଠ ସାମ୍ବାଦିକ ଉମାଶଙ୍କର ପ୍ରସାଦ, ପ୍ରଦୀପ ବେହେରା, ସତ୍ୟପ୍ରକାଶ ସାହୁ , ସତ୍ୟ ନାରାୟଣ ପାଇକରାୟ , ପ୍ରଭାତ ପାଣିଗ୍ରାହୀ, ଅମିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସାମ୍ବାଦିକ ମାନଙ୍କ ସୁରକ୍ଷା, ପେନସନ ସହ ଦଫା ୬ ଦାବି ନେଇ ସଂଘ ପକ୍ଷରୁ ଗତ ୨୯ ତାରିଖ ରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ଦିଆଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ରାକେଶ