ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ କଳା ବ୍ୟାଚ ପରିଧାନ କରି ପ୍ରତିବାଦ
ମାଲକାନଗିରି ,୨ ମଇ (ହି.ସ.)- ମଇ ଏକ ତାରିଖରେ ସାରା ରାଜ୍ୟରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ କଳା ବ୍ୟାଚ ପରିଧାନ କରି ସାମ୍ବାଦିକ ମାନଙ୍କ ଦୀର୍ଘ ଦିନର ଦାବି ପୂରଣ ପାଇଁ ପ୍ରତିବାଦ କରାଯାଇଥିଲା। ଏହି କ୍ରମରେ ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ମଧ୍ୟ ସମସ୍ତ ବ୍ଲକରେ କଳା ବ୍ୟାଜ ପିନ୍ଧି ଶାନ୍ତିପ
ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ କଳା ବ୍ୟାଚ ପରିଧାନ କରି ପ୍ରତିବାଦ


ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ କଳା ବ୍ୟାଚ ପରିଧାନ କରି ପ୍ରତିବାଦ


ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ କଳା ବ୍ୟାଚ ପରିଧାନ କରି ପ୍ରତିବାଦ


ମାଲକାନଗିରି ,୨ ମଇ (ହି.ସ.)- ମଇ ଏକ ତାରିଖରେ ସାରା ରାଜ୍ୟରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ କଳା ବ୍ୟାଚ ପରିଧାନ କରି ସାମ୍ବାଦିକ ମାନଙ୍କ ଦୀର୍ଘ ଦିନର ଦାବି ପୂରଣ ପାଇଁ ପ୍ରତିବାଦ କରାଯାଇଥିଲା। ଏହି କ୍ରମରେ ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ମଧ୍ୟ ସମସ୍ତ ବ୍ଲକରେ କଳା ବ୍ୟାଜ ପିନ୍ଧି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯାଇଛି। ଗତ ୨୯ ତାରିଖରେ ସଂଘ ପକ୍ଷରୁ ୬ ଦଫା ଦାବି ନେଇ ବିକ୍ଷୋଭ ଶୋଭାଯାତ୍ରା କରିବା ସହ ସମଗ୍ର ୩୦ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଥିଲା। ତେବେ ଏହା ପରେ ଶ୍ରମିକ ଦିବସ ରେ ସାମ୍ବାଦିକ ମାନେ କଳା ବ୍ୟାଜ ପରିଧାନ କରି ଦାବି ପୂରଣ ପାଇଁ ସରକାରଙ୍କୁ ନିଜର ଦାବି ଜଣାଇଥିଲେ। ଜିଲ୍ଲାର ସମସ୍ତ ସାତଟି ବ୍ଲକରେ ସଂଘର ସଦସ୍ୟ ମାନେ କଳା ବ୍ୟାଜ ପରିଧାନ କରି ଏହି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିଲେ।

ଏହି ଦାବିଗୁଡ଼ିକ ହେଲା, ଅଧିସ୍ୱୀକୃତି କମିଟିର ପୁନର୍ଗଠନ ଓ ପ୍ରଚଳିତ ଆଇନରେ ସଂଶୋଧନ କରି ଯୋଗ୍ୟ ସାମ୍ବାଦିକଙ୍କୁ ବ୍ୟାପକ ମାନ୍ୟତା, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ୬୦ ବର୍ଷରୁ ଅଧିକ ବୟସ୍କ ସାମ୍ବାଦିକଙ୍କ ପାଇଁ ମାସିକ ଅନ୍ୟୁନ ୧୫ ହଜାର ଟଙ୍କା ପେନସନ ବ୍ୟବସ୍ଥା, ଓଡ଼ିଶା ପ୍ରେସ୍ ଏକାଡେମୀ ଗଠନ ସହ ଭୁବନେଶ୍ୱରରେ ଭବନ ନିର୍ମାଣ କରି ସାମ୍ବାଦିକଙ୍କ ପାଇଁ ସ୍ୱଳ୍ପ ମୂଲ୍ୟରେ ରହଣି ସୁବିଧା, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅବସରପ୍ରାପ୍ତ ସାମ୍ବାଦିକ ଓ ପରିବାର ସଦସ୍ୟଙ୍କୁ ସାମିଲ ଏବଂ ମୃତ୍ୟୁକାଳୀନ ଅନୁକମ୍ପା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଆଦି ରହିଛି। ଏହି ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande