ଆନ୍ତର୍ଜାତିକ ଶ୍ରମିକ ଦିବସ ସମାରୋହ ବେଦାନ୍ତ ଫେକର ଠାରେ ଅନୁଷ୍ଠିତ
ଭଦ୍ରକ,୨ ମଇ (ହି.ସ.)-ଭଦ୍ରକ ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ ରାନ୍ଦିଆ ସ୍ଥିତ ବେଦାନ୍ତ ଫେକର ଠାରେ ପାଳନ ହୋଇ ଯାଇଛି। ଏହି ଅବସରରେ ଶ୍ରମିକ ମାନଙ୍କୁ ବିଭିନ୍ନ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହରେ ପଞ୍ଜିକୃତ୍ତ ନିର୍ମାଣ ଶ୍ରମିକ ସହାୟତା ରାଶି, ପରିଚୟ ପତ୍ର ପ୍ରଦାନ ଶିବିରରେ ସମ୍ମାନିତ ଅତିଥି ଭା
bedanta facor antarjatiya sramika dibas


ଭଦ୍ରକ,୨ ମଇ (ହି.ସ.)-ଭଦ୍ରକ ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ ରାନ୍ଦିଆ ସ୍ଥିତ ବେଦାନ୍ତ ଫେକର ଠାରେ ପାଳନ ହୋଇ ଯାଇଛି। ଏହି ଅବସରରେ ଶ୍ରମିକ ମାନଙ୍କୁ ବିଭିନ୍ନ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହରେ ପଞ୍ଜିକୃତ୍ତ ନିର୍ମାଣ ଶ୍ରମିକ ସହାୟତା ରାଶି, ପରିଚୟ ପତ୍ର ପ୍ରଦାନ ଶିବିରରେ ସମ୍ମାନିତ ଅତିଥି ଭାବେ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ରଙ୍କୁ ପୁଷ୍ପ ଗୁଛ, ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା। ଶହ ଶହ ବେଦାନ୍ତ ଫେକର ଶ୍ରମିକ ତାଙ୍କୁ ପୁଷ୍ପ ଗୁଛ ପ୍ରଦାନ କରିଥିଲେ। ସେ ନିଜ ବକ୍ତବ୍ୟରେ ଆଜିର ଦିବସର ତାପ୍ତର୍ଯ୍ୟ ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ।

ପ୍ରେମ ମଞ୍ଜରି ନାୟକ( ଜିଲ୍ଲା ଶ୍ରମ ଅଧିକାରୀ),(ସିଇଓ) କମୋଦ ସିଂ, (ଏଚ ଆଇ ଆର) ସୁନି ଧଳଙ୍କ ସମେତ ବହୁ ସଂଖ୍ୟକ ଶ୍ରମିକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande