ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଜୟନ୍ତୀ ପଟେଲ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ବଲାଙ୍ଗିର, ୦୨ ମେ (ହି.ସ.) - ସରକାର ରେ ଥିବା ଦଳ ହେଉ କି ରାଜ୍ୟ ରେ ମୁଖ୍ୟ ବିରୋଧି ଦଳ ହେଉ ନାରୀଙ୍କ ସ୍ୱାର୍ଥ ରକ୍ଷା ଲଢେଇ ରେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ନାରୀ ସମାଜ କୁ କେବଳ ଭୋଟ ହାତେଇବା ପାଇଁ ମାଧ୍ୟମ କରି ହୀନ ରାଜନୀତି କରୁଛନ୍ତି, କଂଗ୍ରେସ ଦଳ କିଂନ୍ତୁ ଏପରି ହୀନ ରାଜନୀତି
ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଜୟନ୍ତୀ ପଟେଲ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା


ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଜୟନ୍ତୀ ପଟେଲ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା


ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଜୟନ୍ତୀ ପଟେଲ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା


ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଜୟନ୍ତୀ ପଟେଲ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା


ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଜୟନ୍ତୀ ପଟେଲ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା


ବଲାଙ୍ଗିର, ୦୨ ମେ (ହି.ସ.) - ସରକାର ରେ ଥିବା ଦଳ ହେଉ କି ରାଜ୍ୟ ରେ ମୁଖ୍ୟ ବିରୋଧି ଦଳ ହେଉ ନାରୀଙ୍କ ସ୍ୱାର୍ଥ ରକ୍ଷା ଲଢେଇ ରେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ନାରୀ ସମାଜ କୁ କେବଳ ଭୋଟ ହାତେଇବା ପାଇଁ ମାଧ୍ୟମ କରି ହୀନ ରାଜନୀତି କରୁଛନ୍ତି, କଂଗ୍ରେସ ଦଳ କିଂନ୍ତୁ ଏପରି ହୀନ ରାଜନୀତି ଉପରେ ବିଶ୍ୱାସ କରେନାହିଁ, ଆମର ରାଜନୀତି ସମ୍ପୂର୍ଣ ଅଲଗା । ଲୋକଙ୍କୁ ନେଇ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ କଂଗ୍ରେସ ବିଶେଷ କରି ମହିଳା ଙ୍କୁ ତୃଣ ମୂଳ ସ୍ତରରୁ ସଶକ୍ତ କରିବା ଆମର ଲକ୍ଷ, ତେଣୁ ଆମେ କଂଗ୍ରେସ ଦଳ ଓ ଆମର ମହିଳା ମାନେ ସ୍ଲୋଗାନ ରେ ବିଶ୍ୱାସ ନାଁ କରି ଗାଁ କୁ ଗାଁ ଘରକୁ ଘର ଯାଇ ମହିଳା ଓ ସାଧାରଣ ଲୋକଙ୍କ ପାଇଁ କାମ କରିବ ବୋଲି ଆଜି ସ୍ଥାନୀୟ ଜିଲ୍ଲା କଂଗ୍ରେସ ଭବନ ଠାରେ ନଗର କଂଗ୍ରେସ ସଭାପତି ଙ୍କ ଦ୍ୱାରା ଆୟୋଜିତ ସମ୍ବର୍ଦ୍ଧନା ସଭାରେ ୨୦୨୪ ସାଧାରଣ ନିର୍ବାଚନ ରେ ବଲାଙ୍ଗୀର ବିଧାନସଭା ବିଧାୟକ ପ୍ରାର୍ଥୀ କଂଗ୍ରେସ ର ଟାଣୁଆ ଯୁବନେତା ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟ ରେ କହିଛନ୍ତି କ୍ଷ ସମରେନ୍ଦ୍ର ସଭାନେତ୍ରୀ ଜୟନ୍ତୀ ପଟେଲ ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ଆହୁରି ମଧ୍ୟ କହିଛନ୍ତି ଯେ ସରକାରୀ ଦଳ ମାନେ ଭୋଟ ହତେଇବା ପାଇଁ କିଛି ଟଙ୍କା ପ୍ରଲୋଭନ ଦେଖେଇ ମିଥ୍ୟା ସାମୟିକ ଆଶ୍ୱସ୍ତି ଦେବାରେ ବ୍ୟସ୍ତ, କିଂନ୍ତୁ ଆମ ମହିଳା ମାନେ ଜାଣିବା ଦରକାର ଯେ ହୁତ ହୁତ ହେଇ ବଢୁଥିବା ଦରଦାମ କୁ ନିୟନ୍ତ୍ରଣ କୁ ନ ଆଣିଲେ ଆମର ମହିଳା କଂଗ୍ରେସ ସଭାନେତ୍ରୀ ଜୟନ୍ତୀ ପଟେଲ ଙ୍କ ନେତୃତ୍ୱ ଇ ସାରା ଜିଲ୍ଲାରେ ରଣା ହୁଙ୍କାର ଦେବେ ଓ ରାଜ୍ୟ ଓ କେନ୍ଦ୍ର ରେ ଶାସନ କରୁଥିବା ସରକାର ଙ୍କୁ କଡା ଜବାବ ଦେବେ ।

ସମ୍ବର୍ଦ୍ଧନା ସଭା ରେ ଯୋଗ ଦେଇ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଜୟନ୍ତୀ ପଟେଲ ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ କହିଥିଲେ ଯେ ଜୟନ୍ତୀ ପଟେଲ ଅତିତ ରେ ଗାଁ, ପଂଚାୟତ ରାଜନୀତି ରେ ନିଜ ର ପରିପକ୍ୱତା ଦେଖେଇ ସାରିଛନ୍ତି । ସଫଳତା ର ସହ ଆଗଲପୁର ପଂଚାୟତ ରେ ଅଧ୍ୟକ୍ଷା ହୋଇ ସଫଳତା ର ସହ ଲୋକଙ୍କ ପାଇଁ କାମ କରି ଦେଖେଇଛନ୍ତି । ମୁଁ ଦୃଢ଼ ନିଶ୍ଚିତ ତାଙ୍କ ନେତୃତ୍ୱ ରେ ମହିଳା କଂଗ୍ରେସ ସାରା ଜିଲ୍ଲା ରେ ଗରିବ ନିଷ୍ପେସିତ ଅବହେଳିତ ଙ୍କ ଆୱାଜ ହେଇ ଉଭୟ ହେବେ । ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ଆମଜୁ ଉନ୍ନତି କରିବାକୁ ହେଲେ ରାଜତନ୍ତ୍ର ନୁହେଁ ଗଣତନ୍ତ୍ର କୁ ସ୍ୱଦୃଢ଼ କରିବାକୁ ପଡିବ । ରାଜତନ୍ତ୍ର ରେ କେବଳ ଅନ୍ୟାୟ ଅତ୍ୟାଚାର ହେଇଥାଏ, ଲୋକଙ୍କ ବିକାଶ କେବେ ହୁଏ ନାହିଁ, ଇତିହାସ କହେ ରାଜତନ୍ତ୍ର ସବୁ ବେଳେ ବିକାଶ ବିରୋଧି, ତେଣୁ ଆମର ମହିଳା ମାନେ ଆଗାମୀ ନିର୍ବାଚନ ମାନଙ୍କରେ ରାଜତନ୍ତ୍ରକୁ ଗାଦିଚ୍ୟୁତ କରିବା ପାଇଁ ଏବେଠୁ ଅନ୍ତ ଭିଡନ୍ତୁ ।

ସମ୍ବର୍ଦ୍ଧନାର ପ୍ରତିଉତରରେ ସଭାନେତ୍ରୀ ଜୟନ୍ତୀ ପଟେଲ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଇବା ସହ ରାଜ୍ୟ ମହିଳା ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ଜାତୀୟ କଂଗ୍ରେସ ସଭାନେତ୍ରୀ ଅଳକା ଲକ୍ଷମ୍ବାଙ୍କୁ ତାଙ୍କ ଉପରେ ବିଶ୍ୱାସ ରଖି ଥିବାରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ । ଶ୍ରୀମତୀ ପଟେଲ ଅଗାମୀ ଦିନ ରେ ସମସ୍ତ ଙ୍କ ସହଯୋଗରେ ନିଶ୍ଚିତ ଭାବରେ ଦଳକୁ ଲୋକଙ୍କ ପାଖକୁ ନେଇ ନାରୀ ସୁରକ୍ଷାକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ର କୁତ୍ସିତ ଚେହେରା କୁ ପଦାରେ ପକାଇବ ।

ଅନ୍ୟ ମାନଙ୍କ ମଧ୍ୟ ରେ ଦେଓଗାଁ ବ୍ଲକ ଉପାଧ୍ୟାକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ,ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହେରା,ଦେଓଗାଁ ବ୍ଲକ ସଭାପତି ରାମଜୀ ଚୌଧୁରୀ ବଲାଙ୍ଗୀର ବ୍ଲକ ସଭାପତି ରାମ ମିଶ୍ର , ବରିଷ୍ଠ କଂଗ୍ରେସ ନେତା ସିଦ୍ଧାର୍ଥୀ ମିଶ୍ର, ଉମା ଶଙ୍କର ପଣ୍ଡା, ଳୁଇସିଂହା ବିଧାନସଭା ପ୍ରାର୍ଥୀ ଓମ ପ୍ରକାଶ କୁମ୍ଭାର ଓ ସାନନ୍ଦ ମିଶ୍ର ମଂଚାସୀନ ଥିଲେ । ଏହି ସମ୍ବର୍ଦ୍ଧନା ସଭା ରେ ବଲାଙ୍ଗୀର ଜିଲ୍ଲା ର ସମସ୍ତ ଅଂଚଳରୁ ହଜାର ହଜାର ମହିଳା ପୁରୁଷ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande