ଶ୍ରମିକଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ସରକାର ପ୍ରତିବଦ୍ଧ”–ଭଦ୍ରକ ବିଧାୟକ ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସିତାଂଶୁ ଶେଖର ମହାପାତ୍ର, ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଭଦ୍ରକରେ ୬.୩୬ କୋଟି ସହାୟତା ବଣ୍ଟନ
ଭଦ୍ରକ, ୨ ମଇ (ହି.ସ.)- ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ଏବଂ ଭଦ୍ରକ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ଚରମ୍ପା ସ୍ଥିତ ମହାରାଜା ଅଗ୍ରସେନ ଭବନରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଉତ୍ସାହର ସହ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସିତାଂଶୁ ଶେଖର ମହ
bhadrak jilla prasasan sramika dibasa


ଭଦ୍ରକ, ୨ ମଇ (ହି.ସ.)- ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ଏବଂ ଭଦ୍ରକ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ଚରମ୍ପା ସ୍ଥିତ ମହାରାଜା ଅଗ୍ରସେନ ଭବନରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଉତ୍ସାହର ସହ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସିତାଂଶୁ ଶେଖର ମହାପାତ୍ର, ବାସୁଦେବପୁର ବିଧାୟକ ଅଶୋକ ଦାସ, ଜିଲ୍ଲାପାଳ ଦିଲୀପ ରାଉତରାଏ , ଉଚ୍ଚଶିକ୍ଷା ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତିନିଧି ଓ ଜିଲ୍ଲା ଶ୍ରମ କମିଶନର ସଚ୍ଚିଦାନନ୍ଦ ଜେନା ଯୋଗଦେଇଥିଲେ। ଏହି ଅବସରରେ ୨,୫୨୪ ଜଣ ନିର୍ମାଣ ଶ୍ରମିକଙ୍କୁ ମୋଟ ୬ କୋଟି ୩୬ ଲକ୍ଷ ୨୭ ହଜାର ଟଙ୍କା ସହାୟତା ରାଶି ବଣ୍ଟନ କରାଯାଇଥିଲା। ଭଦ୍ରକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ଯକ୍ଷ ଶ୍ରୀ ମହାପାତ୍ର ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଶ୍ରମିକମାନେ ରାଷ୍ଟ୍ର ଗଠନର ମୂଳ ଶକ୍ତି। ସରକାର ତାଙ୍କ ସାମାଜିକ ସୁରକ୍ଷା, ଶିକ୍ଷା ଓ ଆର୍ôଥକ ଉନ୍ନତି ପାଇଁ ବହୁ ଯୋଜନା ଆରମ୍ଭ କରିଛନ୍ତି। ଏହି ସୁବିଧାଗୁଡିକୁ ସମସ୍ତ ଯୋଗ୍ୟ ଶ୍ରମିକଙ୍କ ପାଖକୁ ପହଞ୍ଚାଇବାକୁ ସେ ଆହ୍ୱାନ ଦେଇଥିଲେ। ଜିଲ୍ଲାପାଳ ଦିଲୀପ ରାଉତରାଏ କହିଥିଲେ ଯେ, ଶ୍ରମିକମାନଙ୍କ ସାମାଜିକ, ସ୍ୱାସ୍ଥ୍ୟ ଓ ଆର୍ଥିକ ସୁରକ୍ଷା ନିଶ୍ଚିତ କରିବାରେ ପ୍ରଶାସନ ସଦା ସଚେତନ। ଜିଲ୍ଲାରେ ବିଭିନ୍ନ ଯୋଜନାର ସଠିକ୍ ରୂପାୟନ ଦ୍ୱାରା ଶ୍ରମିକମାନଙ୍କ ଜୀବନମାନ ଉନ୍ନତ ହେଉଛି ବୋଲି ସେ ଉଲ୍ଲେଖ କରିଥିଲେ। ସେ ଆହୁରି କହିଥିଲେ ଯେ, ବିକଶିତ ଭାରତ ଗଠନ ଦିଗରେ ୨୦୩୬ ଓ ୨୦୪୭ ଲକ୍ଷ୍ୟ ପୂରଣ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ଏହା ସହ ଜିଲ୍ଲାର ରାଂଦିଆ ବେଦାନ୍ତ କ୍ରୋମ ପ୍ରକଳ୍ପରେ ମଧ୍ୟ ଶ୍ରମିକ ଦିବସ ପାଳିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ ଶ୍ରମଜୀବୀ ମହିଳା ଓ ପୁରୁଷ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଏହି ଅବସରରେ ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ) ଦୀପ୍ତି ରଞ୍ଜନ ସାହୁ, ଜିଲ୍ଲା ଶ୍ରମ ଅଧିକାରୀ (ପ୍ରବର୍ତ୍ତନ) ପ୍ରେମ ମଞ୍ଜରୀ ନାୟକ ଉପସ୍ଥିତ ଥିବା ବେଳେ ସହ ଶ୍ରମ ଅଧିକାରୀ ସଞ୍ଜିତ ଦେଓ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଧ୍ୟରେ ସହ ଶ୍ରମ ଅଧିକାରୀ ଭାରତ ଚନ୍ଦ୍ର ଦାସ, ଲୋକନାଥ ଦାସ, ପ୍ରତ୍ୟୁଷ କୁମାର ବେହେରା, ମନୋରଞ୍ଜନ ନାୟକ, ଚଞ୍ଚଳା ମେହେର, ସଂଯୋଜକ ସ୍ୱରପ କାନୁନଗୋ, ଡାଟା ଏଣ୍ଟ୍ରି ଅପରେଟର ସୁରେନ୍ଦ୍ର ବିକ୍ରମ ଜେନା ଓ ରୋଜାଲିନ ବାରିକ, ଚତୁର୍ଥ ଶ୍ରେଣୀ କର୍ମଚାରୀ ସୁମନ୍ତ କୁମାର ସାହୁ ଓ ଜଗନ୍ନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏଥି ସହ ବିଭିନ୍ନ ଶ୍ରମିକ ସଂଘର କର୍ମକର୍ତ୍ତା, ପୋଲିସ ଅଧିକାରୀ, ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ ମିଡିଆ ପ୍ରତିନିଧିମାନକଂ ସହିତ ଅନେକ ଶ୍ରମିକ ଭାଇ ଓ ଭଉଣୀମାନେ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande