ମହାନଦୀ ଜଳ ବିବାଦ: ସମାଧାନର ରାସ୍ତା ଆଉ ପାଦେ ଆଗେଇଛି ପୀତାମ୍ବର ଆଚାର୍ଯ୍ୟ
ଭୁବନେଶ୍ୱର, ୦୨ ମଇ (ହି.ସ.)- ମହାନଦୀ ଜଳ ବିବାଦ ମାମଲାରେ ଶନିବାର ଟ୍ରିବ୍ୟୁନାଲରେ ଶୁଣାଣି ହୋଇଛି। ଶୁଣାଣି ପରେ ଏଜି ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇ କହିଛନ୍ତି ଯେ ଆଜିର ଶୁଣାଣି ଐତିହାସିକ ଥିଲା। ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ର ପ୍ରୟାସକୁ ଟ୍ରିବ୍ୟୁନାଲ ପ୍ରଶଂସା କରିଛନ୍ତି । ଉଭୟ ରାଜ୍ୟର
pitambar acharya


ଭୁବନେଶ୍ୱର, ୦୨ ମଇ (ହି.ସ.)- ମହାନଦୀ ଜଳ ବିବାଦ ମାମଲାରେ ଶନିବାର ଟ୍ରିବ୍ୟୁନାଲରେ ଶୁଣାଣି ହୋଇଛି। ଶୁଣାଣି ପରେ ଏଜି ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇ କହିଛନ୍ତି ଯେ ଆଜିର ଶୁଣାଣି ଐତିହାସିକ ଥିଲା। ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ର ପ୍ରୟାସକୁ ଟ୍ରିବ୍ୟୁନାଲ ପ୍ରଶଂସା କରିଛନ୍ତି । ଉଭୟ ରାଜ୍ୟର ଆଗ୍ରହ ଓ ଉଦ୍ୟମ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ଟ୍ରିବ୍ୟୁନାଲ। ମହାନଦୀ ଜଳ ବିବାଦ ନେଇ ସମାଧାନର ରାସ୍ତା ଆଉ ପାଦେ ଆଗେଇଛି। ଦୁଇଟି ପ୍ରସଙ୍ଗରେ ଉଭୟ ରାଜ୍ୟ ସହମତି ପତ୍ର ପ୍ରଦାନ କରିଛନ୍ତି

। ବାକି ଯେଉଁ ପ୍ରସଙ୍ଗ ରହିଛି ସେସବୁ ଖୁବ୍ ଶୀଘ୍ର ସମାଧାନ ହୋଇଯିବ। ଆଜି ଦୁଇ ରାଜ୍ୟ ଜଳ ଅମଳ ସଂପର୍କିତ ଯୁଗ୍ମ ସ୍ୱାକ୍ଷରିତ ବିବରଣୀ ଦାଖଲ କରିଛନ୍ତି। ଯୁଗ୍ମ ସ୍ୱାକ୍ଷରିତ ବିବରଣୀରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଦସ୍ତଖତ କରିଛନ୍ତି। ଏହି ଜଳ ଅମଳ ପ୍ରସଙ୍ଗ ଜଳ ବଂଟନର ଆଧାର ହେବ ବୋଲି କହିଛନ୍ତି ଏଜି ପୀତାମ୍ବର ଆଚାର୍ଯ୍ୟ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande