ଜୟପୁର ରେ ରାଜୀବ ଗାନ୍ଧୀଙ୍କ ୩୬ତମ ତିରୋଧାନ ଦିବସ ପାଳିତ
ଜୟପୁର, ୨୧ ମେ (ହି.ସ.) - ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୩୬ତମ ତିରୋଧାନ ଦିବସ ଜୟପୁର ସ୍ଥିତ ଜିଲା କଂଗ୍ରେସ ଭ୍ୱନ ରେ ପାଳିତ ହୋଇଛି। କୋରାପୁଟ ଜିଲା ସଭାପତି ରୂପକ ତୁରୁକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କଂଗ୍ରେସ ନେତାମାନେ ସ୍ୱର୍ଗତ ରାଜୀବ ଗାନ୍
ଜୟପୁର ରେ  ରାଜୀବ ଗାନ୍ଧୀଙ୍କ ୩୬ତମ ତିରୋଧାନ ଦିବସ ପାଳିତ


ଜୟପୁର, ୨୧ ମେ (ହି.ସ.) - ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୩୬ତମ ତିରୋଧାନ ଦିବସ ଜୟପୁର ସ୍ଥିତ ଜିଲା କଂଗ୍ରେସ ଭ୍ୱନ ରେ ପାଳିତ ହୋଇଛି। କୋରାପୁଟ ଜିଲା ସଭାପତି ରୂପକ ତୁରୁକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କଂଗ୍ରେସ ନେତାମାନେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ସମସ୍ତେ ରାଜୀବ ଗାନ୍ଧୀଙ୍କ ଦେଶ ପ୍ରତି ଅବଦାନ ଓ ତାଙ୍କର ଦୃଷ୍ଟିଭଙ୍ଗୀକୁ ସ୍ମରଣ କରି ତାଙ୍କର ଆଦର୍ଶ ଅନୁପ୍ରାଣିତ ହେବାକୁ ଉପସ୍ଥିତ କଂଗ୍ରେସ ର ନେତା ମାନେ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା କୃଷ୍ଣ ନେପାକ, ବ୍ଲକ ସଭାପତି ବସନ୍ତ ନାୟକ, ରାମ ନାୟକ, ସତ୍ୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande