ସୁବର୍ଣ୍ଣପୁରରେ ଯଶୋଦା ଯୋଜନା ହିତାଧିକାରୀଙ୍କ ପରାମର୍ଶ ଶିବିର ଓ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁବର୍ଣପୁର, ୨୧ ମେ (ହି.ସ.) ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ଦିନ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଯଶୋଦା ଯୋଜନା ହିତାଧିକାରୀଙ୍କ ପରାମର୍ଶ ଶିବିର ଓ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା
ସୁବର୍ଣ୍ଣପୁରରେ ଯଶୋଦା ଯୋଜନା ହିତାଧିକାରୀଙ୍କ ପରାମର୍ଶ ଶିବିର ଓ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ


ସୁବର୍ଣପୁର, ୨୧ ମେ (ହି.ସ.) ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ଦିନ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଯଶୋଦା ଯୋଜନା ହିତାଧିକାରୀଙ୍କ ପରାମର୍ଶ ଶିବିର ଓ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଅଧ୍ୟକ୍ଷତା କରି କହିଥିଲେ ଯେ, କୌଣସି ଶିଶୁ କିମ୍ବା ଯୁବକ-ଯୁବତୀ ଯେପରି ଶିକ୍ଷା ର ଅଭାବ ଯୋଗୁଁ ଶୋଷଣ ର ଶିକାର ନ ହୁଅନ୍ତି, ସେଥିପାଇଁ ସମସ୍ତଙ୍କୁ ସଚେତନ ହେବା ସହିତ ସମାନଙ୍କୁ ଶିକ୍ଷିତ କରିବା ଓ ସ୍ୱାବଲମ୍ବୀ କରିବା ଆବଶ୍ୟକ। ଏହିକାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳୀନା ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଳଭ ଷଡ଼ଙ୍ଗୀ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବୀଣାପାଣି ମିଶ୍ର, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ସୁବର୍ଣ୍ଣପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ପ୍ରୀତି ସୁନା, କିଶୋର ନ୍ୟାୟ ବୋର୍ଡ ସଦସ୍ୟା ରଂଜିତା ସାହୁ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande