ଜୟପୁର ପୌର ପାଳିକା ର ସାଧାରଣ ପରିଷଦ ବୈଠକ
ଜୟପୁର, ୨୧ ମେ (ହି.ସ.) - ଜୟପୁର ପୌର ସଭାଗୃହ ରେ ଆଜି ସାଧାରଣ ପରିଷଦ ବୈଠକରେ ଅନୁଷ୍ଠିତ ହୋଇଛି । ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ପୂଜା ରାଉତ ଙ୍କ ଆହ୍ୱାନରେ ଅନୁଷ୍ଠିତ ବୈଠକ ରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇଥିଲେ । ସହରର ପରିଚ୍ଛନ୍ନତା, ପାନୀୟ ଜଳ, ରା
ଜୟପୁର ପୌର ପାଳିକା ର ସାଧାରଣ ପରିଷଦ ବୈଠକ


ଜୟପୁର, ୨୧ ମେ (ହି.ସ.) - ଜୟପୁର ପୌର ସଭାଗୃହ ରେ ଆଜି ସାଧାରଣ ପରିଷଦ ବୈଠକରେ ଅନୁଷ୍ଠିତ ହୋଇଛି । ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ପୂଜା ରାଉତ ଙ୍କ ଆହ୍ୱାନରେ ଅନୁଷ୍ଠିତ ବୈଠକ ରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇଥିଲେ । ସହରର ପରିଚ୍ଛନ୍ନତା, ପାନୀୟ ଜଳ, ରାସ୍ତାଘାଟ, ଆଲୋକୀକରଣ ଓ ଜନସାଧାରଣଙ୍କ ମୌଳିକ ସମସ୍ୟା ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।

ସ୍ୱଚ୍ଛ ଓ ସୁନ୍ଦର ଜୟପୁର ଗଠନ ପାଇଁ ମଶା ନିୟନ୍ତ୍ରଣ ଉଦ୍ଦେଶ୍ୟରେ ମଶା ନିପାତ ତେଲ କ୍ରୟ କରିବାକୁ ନିଷ୍ପତି ଗ୍ରହଣ ହେଲା । ଗତ ବୈଠକରେ ପାରିତ ହୋଇଥିବା ବଜେଟ୍ ବିଲ୍ ଆଜି ଅନୁମୋଦନ ପାଇଲା ।

ସେହିପରି ସାନିଟେସନ୍ ଟେଣ୍ଡର ସମ୍ବନ୍ଧୀୟ ଅନିୟମିତତା, କାଉନସିଲରମାନଙ୍କ ଅଭିଯୋଗ ଓ ବିଭିନ୍ନ ସମସ୍ୟାକୁ ଜିଲ୍ଲାପାଳ ଗୁରୁତ୍ୱ ସହ ଅନୁଧ୍ୟାନ କରୁଛନ୍ତି ।

ଟାଟା ପାୱାରର ମନମାନି, ବାରମ୍ବାର ବିଦ୍ୟୁତ୍ କାଟ ସମସ୍ୟା, ସ୍ମାର୍ଟ ମିଟର ଲାଗୁକରଣ, ମିଟର ଭଡ଼ା ଆଦାୟ ଓ ଅପସାରିତ ନହୋଇଥିବା ବିଦ୍ୟୁତ୍ ଖୁଂଟ ସମସ୍ୟା ସମ୍ପର୍କରେ ମଧ୍ୟ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ସ୍ମାର୍ଟ ମିଟର ଲଗାଇବା ବନ୍ଦ ନ ହେଲେ ଟାଟା ପାୱାର କୁ ଘେରାଉ କରାଯିବ ବୋଲି ବିଧାୟକ ବାହିନୀପତି ଚେତାବନୀ ଦେଇଛନ୍ତି କ୍ଷ ବିଧାନସଭାରେ ବିଧାୟକ ବାହିନୀପତି ଏହି ପ୍ରସଙ୍ଗ ଉଠାଇଥିବାରୁ ସ୍ମାର୍ଟ ମିଟର ଓ ମିଟର ଭଡ଼ା ପ୍ରକ୍ରିୟା ବର୍ତମାନ ବନ୍ଦ ରହିଛି । ଯଦି କେହି ସ୍ମାର୍ଟ ମିଟର ଲଗାଇବା ପାଇଁ ଆସନ୍ତି, ତେବେ ସେଥିରେ ସମସ୍ତେ ଏକତ୍ରିତ ଭାବେ ବିରୋଧ କରିବାକୁ ବିଧାୟକ ବାହିନୀପତି ନିବେଦନ କରିଛନ୍ତି । ବୈଠକ ରେ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଉପାଧ୍ୟକ୍ଷ ବି. ସୁନିତା, ପୌର ଯନ୍ତ୍ରୀ ଅଜୟ ଜାନି ଙ୍କ ସହ କାଉନସିଲର ଓ ବିଭିନ୍ନ ଲାଇନ ଡ଼ିପାଟମେଂଟର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande