
ଜୟପୁର, ୨୧ ମେ (ହି.ସ.) - ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ନିଜର ପ୍ରତିନିଧି ଭାବେ ସ୍ୱାସ୍ଥ୍ୟ ବିଭାଗ ପାଇଁ ସାଧୁ ଚରଣ ଦାଶ ଚୌଧୁରୀଙ୍କୁ ଏବଂ କୃଷି ବିଭାଗ ପାଇଁ ଶୀତଲ ରଥଙ୍କୁ ନିଯୁକ୍ତି କରିଛନ୍ତି। ଏଥିନେଇ ବିଧାୟକ ଶ୍ରୀ ବାହିନୀପତି ଜୟପୁର ଜଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ତଥା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରିଛନ୍ତି । ବିଧାୟକଙ୍କ ଅନୁପସ୍ଥିତି କିମ୍ବା ତାଙ୍କ ପ୍ରତିନିଧି ଭାବେ ଉଭୟ ଏହି ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଏବଂ ଅନ୍ୟାନ୍ୟ କାର୍ଯ୍ୟର ତଦାରଖ କରିବେ । ଉଭୟ ଯୁବ ସଦସ୍ୟ ହୋଇଥିବା ଯୋଗୁଁ ଉଭୟ ବିଭାଗର ଦାୟୀତ୍ୱ ସମ୍ପନ୍ନ ଭାବେ ବିଧାୟକଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିବେ ବୋଲି ବିଧାୟକ ଶ୍ରୀ ବାହିନୀପତି ଆଶା ପ୍ରକାଶ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି