ଏନସିସି ର ବାର୍ଷିକ ପ୍ରଶିକ୍ଷଣ ଶିବିର ବକ୍ତୃତାରେ ପ୍ରିୟାଂଶି ପ୍ରଥମ
ବଲାଙ୍ଗିର, ୨୧ ମେ (ହି.ସ.) : ତରଭା ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟ ଠାରେ ୧୧(ଓ)ବିଏନ ଏନସିସି,ବଲାଙ୍ଗୀର ତରଫରୁ ୧୦ଦିନିଆ ବାର୍ଷିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।ବଲାଙ୍ଗୀର ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଏନସିସି ସେକେଣ୍ଡ ଅଫିସର ସୌମ୍ୟାଶ୍ରୀ ସାହୁଙ୍କ ତତ୍ୱାବଧାନରେ ୩୬ଜ
ଏନସିସି ର ବାର୍ଷିକ ପ୍ରଶିକ୍ଷଣ ଶିବିର  ବକ୍ତୃତାରେ ପ୍ରିୟାଂଶି ପ୍ରଥମ


ଏନସିସି ର ବାର୍ଷିକ ପ୍ରଶିକ୍ଷଣ ଶିବିର  ବକ୍ତୃତାରେ ପ୍ରିୟାଂଶି ପ୍ରଥମ


ବଲାଙ୍ଗିର, ୨୧ ମେ (ହି.ସ.) : ତରଭା ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟ ଠାରେ ୧୧(ଓ)ବିଏନ ଏନସିସି,ବଲାଙ୍ଗୀର ତରଫରୁ ୧୦ଦିନିଆ ବାର୍ଷିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।ବଲାଙ୍ଗୀର ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଏନସିସି ସେକେଣ୍ଡ ଅଫିସର ସୌମ୍ୟାଶ୍ରୀ ସାହୁଙ୍କ ତତ୍ୱାବଧାନରେ ୩୬ଜଣ କ୍ୟାଡେଟ ଏହି ତାଲିମ ଶିବିରରେ ଅଂଶଗ୍ରହଣ କରିଥିଲେ।ଏହି ତାଲିମ ଶିବିରରେ ଛାତ୍ରୀମାନେ ଶୃଙ୍ଖଳା,ନେତୃତ୍ୱ ଓ ଦେଶପ୍ରେମ ବିଷୟରେ ଶିକ୍ଷା ଲାଭ କରିବା ସହ ପ୍ୟାରେଡ଼,ଶାରୀରିକ ବ୍ୟାୟାମ,ଯୋଗାଭ୍ୟାସ,ଡ୍ରିଲ ଓ ବିଭିନ୍ନ ସାମାଜିକ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଶିକ୍ଷଣ ନେଇଥିଲେ।ଏହା ସହ ଦଳୀୟ କାର୍ଯ୍ୟ,ସ୍ୱଚ୍ଛତା ଓ ଆତ୍ମବିଶ୍ୱାସ ବୃଦ୍ଧି ଉପରେ ମଧ୍ୟ ଏହି ତାଲିମ ଶିବିର ରେ ଶିକ୍ଷା ପ୍ରଦାନ କରା ଯାଇଥିଲା।ବିଦ୍ୟାଳୟର କ୍ୟାଡେଟ ପ୍ରିୟାଂଶି ପ୍ରିୟଦର୍ଶିନୀ ଦାଶ ବକ୍ତୃତା ପ୍ରତିଯୋଗିତା ଶୀର୍ଷକ ସଶସ୍ତ୍ର ବାହିନୀରେ ମହିଳାଙ୍କ ଅଂଶଗ୍ରହଣ:ହଁ କି ନାଁରେ ନିଜର ସୁନ୍ଦର ଉପସ୍ଥାପନା,ସ୍ପଷ୍ଟ ଉଚ୍ଚାରଣ ଓ ଆତ୍ମବିଶ୍ୱାସ ପୂର୍ଣ୍ଣ ବକ୍ତବ୍ୟ ମାଧ୍ୟମରେ ବିଚାରକ ମାନଙ୍କ ମନ ଜିତି ପ୍ରଥମ ସ୍ଥାନ ଅଧିକାର କରି କମାଣ୍ଡିଙ୍ଗ ଅଫିସର କର୍ଣ୍ଣେଲ ଅମିତାଭ ବେନର୍ଜି ଙ୍କ ଠାରୁ ୩ଶହ ଟଙ୍କା ଅର୍ଥରାଶି ଓ ପ୍ରମାଣ ପତ୍ର ଗ୍ରହଣ କରିଥିଲେ। ବିଦ୍ୟାଳୟ ର କ୍ୟାଡେଟ ଦମୟନ୍ତୀ ଖୁଆସ ବକ୍ତୃତା ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଶୁଭଶ୍ରୀ ନାଏକ ଉତମ ନୃତ୍ୟ ପ୍ରଦର୍ଶନ କରି ବିଚାରକ ମାନଙ୍କ ଠାରୁ ପ୍ରଶଂସା ସାଉଁଟି ଥିଲେ।ଏହି ସଫଳତା ପାଇଁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ,ଶିକ୍ଷକ,ଶିକ୍ଷୟତ୍ରୀ, ଶିକ୍ଷା କର୍ମଚାରୀ ଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ଅଭିନନ୍ଦନ ଜଣାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande