କେନ୍ଦୁଝର ଦରବାର ହଲରେ ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀଙ୍କ ତାଲିମ ଶିବିର
କେନ୍ଦୁଝର, ୨୧ ମେ (ହି.ସ.) ଆଗାମୀ ‘ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରସ୍ତୁତି -୨୦୨୬’ କାର୍ଯ୍ୟକ୍ରମକୁ ସଫଳ ଓ ତ୍ରୁଟିଶୂନ୍ୟ କରିବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲଠାରେ ଏକ ଗୁରୁତ୍ୱପୂର
Sir preparation


କେନ୍ଦୁଝର, ୨୧ ମେ (ହି.ସ.) ଆଗାମୀ ‘ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରସ୍ତୁତି -୨୦୨୬’ କାର୍ଯ୍ୟକ୍ରମକୁ ସଫଳ ଓ ତ୍ରୁଟିଶୂନ୍ୟ କରିବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ତଥା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ସମସ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ଏବଂ ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ ଯୋଗ ଦେଇଥିଲେ। ଆଗାମୀ ଦିନରେ ଭୋଟର ତାଲିକା ପ୍ରସ୍ତୁତି ଏବଂ ଏହାର ସଂଶୋଧନ ପ୍ରକ୍ରିୟାକୁ କିପରି ଅଧିକ ସ୍ୱଚ୍ଛ, ସରଳ ଓ ନିର୍ଭୁଲ କରାଯାଇପାରିବ, ସେ ନେଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡିକ ଉପରେ ଆଲୋଚନା କରାଯାଇଥିଲା। ବିଶେଷ କରି ଯୋଗ୍ୟ ଭୋଟରମାନଙ୍କ ନାମ ସାମିଲ କରିବା, ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦେବା ଏବଂ ତ୍ରୁଟିପୂର୍ଣ୍ଣ ତଥ୍ୟର ସଂଶୋଧନ ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା।

ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସିଂହ କହିଛନ୍ତି ଯେ, ଗଣତନ୍ତ୍ରର ମୂଳଦୁଆ ହେଉଛି ଏକ ଶୁଦ୍ଧ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ଏବଂ ଏହାର ପ୍ରସ୍ତୁତିରେ ପ୍ରଶାସନିକ ସ୍ୱଚ୍ଛତାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ସାମିଲ ଥିବା ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଅତି ସତର୍କତା, ନିଷ୍ଠା ଓ ଦାୟିତ୍ୱବୋଧର ସହ ନିଜର କର୍ତବ୍ୟ ସମ୍ପାଦନ କରିବା ଆବଶ୍ୟକ। ପ୍ରତ୍ୟେକ ପଦକ୍ଷେପରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ସତର୍କତା ଅବଲମ୍ବନ କରି ଏହି ସମଗ୍ର ପ୍ରକ୍ରିୟାକୁ ଶତପ୍ରତିଶତ ସଫଳ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ ଉପ ଜିଲ୍ଲାପାଳ ଉମାଶଙ୍କର ଦଳାଇ ଉପସ୍ଥିତ ରହି ଅଧିକାରୀମାନଙ୍କୁ ନୂତନ ନିୟମାବଳୀ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଯାଇଥିଲା। ଅଧିକାରୀମାନଙ୍କର ବିଭିନ୍ନ ସନ୍ଦେହ ଓ ସମସ୍ୟାର ମଧ୍ୟ ଜିଲ୍ଲାପାଳ ସମାଧାନ କରିଥିଲେ। ଶେଷରେ ଜିଲ୍ଲାର ସମସ୍ତ ନାଗରିକଙ୍କୁ ଏହି ପ୍ରକ୍ରିୟାରେ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

------------

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande