ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡସ୍ ରାଜ୍ୟ ପୁରସ୍କାର ଉତ୍ସବ,ନିଜ ବିଦ୍ୟାଳୟକୁ ନିଜେ ସଫା କରିବା : ରାଜ୍ୟପାଳ
ଖୋର୍ଦ୍ଧା, ୨୧ ମେ (ହି.ସ.)ଖୋର୍ଦ୍ଧା,ଲୋକଭବନର ନୂଆ ଅଭିଷେକ ହଲ ପରିସରରେ ଏକ ବର୍ଣ୍ଣାଢ଼ାପୂର୍ଣ୍ଣ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୮୦୦ ରୁ ଊର୍ଦ୍ଧ୍ୱ ସ୍କାଉଟ୍, ଗାଇଡ୍, ରୋଭର, ରେଞ୍ଜର, କବ, ବୁଲ୍ୱୁଲ, ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନଙ୍କ ସମେତ ପ୍ରତ୍ୟେକ ଜିଲ୍ଲାର
Scout


ଖୋର୍ଦ୍ଧା, ୨୧ ମେ (ହି.ସ.)ଖୋର୍ଦ୍ଧା,ଲୋକଭବନର ନୂଆ ଅଭିଷେକ ହଲ ପରିସରରେ ଏକ ବର୍ଣ୍ଣାଢ଼ାପୂର୍ଣ୍ଣ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୮୦୦ ରୁ ଊର୍ଦ୍ଧ୍ୱ ସ୍କାଉଟ୍, ଗାଇଡ୍, ରୋଭର, ରେଞ୍ଜର, କବ, ବୁଲ୍ୱୁଲ, ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନଙ୍କ ସମେତ ପ୍ରତ୍ୟେକ ଜିଲ୍ଲାର ସମସ୍ତ ଶିକ୍ଷା ପଦ ପଦାଧିକାରୀ ଉକ୍ତ ଉତ୍ସବରେ ଯୋଗଦାନ କରିଥିଲେ ।ଉକ୍ତ ସମାରୋହରେ ସଂସ୍ଥାର ମୁଖ୍ୟ । ପୃଷ୍ଠପୋଷକ ତଥା ମାନ୍ୟବର ରାଜ୍ୟପାଳ ଡଃ. ହରିବାବୁ କମ୍ଭମପାଟି ମହୋଦୟ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ନନ୍ଦ ଗଣ୍ଡ, ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ର ଏବଂ ରାଜ୍ୟ କମିଶନର (ଗାଇଡ୍) ଡଃ. ସିପ୍ରା ନାୟକ, ଶୁଭଶ୍ରୀ ନନ୍ଦ ରାଜ୍ୟ କମିଶନର (ଆଡଲ୍ଡ ରିସୋର୍ସ) ପ୍ରମୁଖ ଉପସ୍ଥିତ ଥିଲେ ।ପ୍ରାରମ୍ଭରେ ରାଜ୍ୟ ମୁଖ୍ୟ କମିଶନର ଡଃ. ମିଶ୍ର ସ୍ୱାଗତ ଭାଷଣରେ ରାଜ୍ୟ ଶାଖା ଆନୁକୂଲ୍ୟରେ ବିଗତ ବର୍ଷରେ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ କ୍ରମ ତଥା ସ୍କାଉଟ ଓ ଗାଇଡ୍ମାନଙ୍କ ଦ୍ୱାରା ବିଭିନ୍ନ ସେବା ତଥା ଗୋଷ୍ଠୀ ସ୍ତ୍ରୀ ଉନ୍ନୟନ ମୂଳକ କାର୍ଯ୍ୟ ଦ୍ୱାରା ଜାତୀୟ ତଥା ଆନ୍ତର୍ଜ ଅନ୍ତର୍ଜାତୀୟ ସ୍ତରରେ ନିଜର ଉତ୍କର୍ଷତା ବଜାୟ ରଖୁଥୁବା ବିଷୟରେ ରାଜ୍ୟପାଳ ମହୋଦୟଙ୍କୁ ଅବଗତ କରାଇଥିଲେ ।ଆଜି ବିଶ୍ୱରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସ୍କାଉଟ ଗାଇଡ୍ ଶିକ୍ଷା ବିଭାଗର ଏକ ଅଂଶ ଏବଂ ବଳିଷ୍ଠ ନେତୃତ୍ୱ ଲାଗି ପରିଚୟ ସୃଷ୍ଟି କରିପାରିଥିବାରୁ ଖୁସି ବ୍ୟକ୍ତ କରିବା ସହ ଶୃଙ୍ଖଳା ଜ୍ଞାନ, ସହଯୋଗ ମନୋବୃତି କୁଶଳି ଏବଂ ସୁସ୍ଥ ନାଗରିକ ଗଢ଼ି ତୋଳିବାରେ ସ୍କାଉଟ ସଂଗଠନର ଭୂମିକା ଅନେକ ବୋଲି କହିଥିଲେ । ମାନ୍ୟବର ରାଜ୍ୟପାଳ, ଭାରତ ସ୍କାଉଟସ୍ ଓ ଗାଇଡସ୍ ଭଳି ଏକ ବୃହତ ସ୍ୱେଚ୍ଛାସେବୀ ସଂଗଠନ ଅତୀତରେ ବହୁ ସେବାମୂଳକ କାର୍ଯ୍ୟନିର୍ବାହ କରି ପୃଥିବୀରେ ସର୍ବବୃହତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରୂପେ ନିଜର ସ୍ଥିତି ବଜାୟ ରଖି ପାରିଛି, ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତଥା ଦୁର୍ଘଟଣା ସମୟରେ ଲୋକଙ୍କ ପାଖରେ ପହଂଚି ଆବଶ୍ୟକୀୟ ସେବା ଯୋଗାଇ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛି ଆଉ ଭବିଷ୍ୟତରେ ନିଶ୍ଚିତ ଭାବେ ଏହାକୁ ଅତୁଟ ରଖୁବ ବୋଲି ଆଶାବ୍ୟକ୍ତ କରିଥିଲେ । ଶେଷରେ କୁନି କୁନି ପିଲାମାନଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଏତଦ୍ୱ୍ୟତୀତ ଜିଲ୍ଲା ସ୍କାଉଟ ଗାଇଡ୍ ସମାବେଶ ପାଇଁ ଏବଂ ସ୍କାଉଟ ଗାଇଡରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ, ସ୍କାଉଟ ମାଷ୍ଟର, ଗାଇଡ୍ କ୍ୟାପଟେନ୍ ମାନଙ୍କୁ ମାନ୍ୟବର ରାଜ୍ୟପାଳ ପୁରସ୍କୃତ କରିଥିଲେ।

--------------

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande