
କେନ୍ଦୁଝର, ୨୧ ମେ (ହି.ସ.) - କେନ୍ଦୁଝର ଟାଉନ୍ ଥାନା ନରଣପୂରରେ କାଳବୈଶାଖୀର ତାଣ୍ଡବ, ପ୍ରବଳ ବର୍ଷା ପବନରେ ଭାଙ୍ଗିଲା ଟେଂଟ। ଟେଂଟ ତଳେ ଚାପି ହୋଇ ୩ ମୃତ, ଜଣେ ଗୁରୁତର ଓ ହରିଡାଗୋଠ ଠାରେ ଘର ଭାଗି ଜଣେ ଗୁରୁତର । ଆଜି ଆପରାହ୍ନରେ କାଳବୈଶାଖୀ ର ପ୍ରଭାବରେ ପ୍ରବକ ପବନ ସାଙ୍ଗକୁ ବର୍ଷା ହୋଇଥିଲା । ନରଣପୂର ଠାରେ ଥିବା ଏକ ଟେଂଟ ହାଉସର ଲୁହା ସାମଗ୍ରୀ ଆଦି ଜିନିଷ ପତ୍ର ଏକ ଘର ର ଭାଡାରେ ଥୁଆ ହୋଇଥିଲା ଓ ତା ତଳେ ୪ ଜଣ ଶୋଇଥିଲେ ଏହି ସମୟରେ ଭାଡାଟି ଭାଙ୍ଗି ଯାଇଥିଲା । ଫଳରେ ତଳେ ଶୋଇଥିବା ୪ ଜଣ ଙ୍କ ମଧ୍ୟରୁ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଖୋଦ ତହସିଲଦାର ଓ ଅଗ୍ନୀ ଶମ ବାହିନ୍ୟ ଘଟଣା ସ୍ଥଳରେ ପହଂଚି ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇବା ସହ ଗୁରୁତରକୁ ଚିକିତ୍ସା ପାଇଁ ପଠାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA