ୱାର୍ଲଡ ୱାରସିପ ଫାଉଣ୍ଡେସନ ଟ୍ରଷ୍ଟ ଉଦଘାଟିତ
ୱାର୍ଲଡ ୱାରସିପ ଫାଉଣ୍ଡେସନ ଟ୍ରଷ୍ଟ ଉଦଘାଟିତ
ୱାର୍ଲଡ ୱାରସିପ ଫାଉଣ୍ଡେସନ ଟ୍ରଷ୍ଟ ଉଦଘାଟିତ


ୱାର୍ଲଡ ୱାରସିପ ଫାଉଣ୍ଡେସନ ଟ୍ରଷ୍ଟ ଉଦଘାଟିତ


ୱାର୍ଲଡ ୱାରସିପ ଫାଉଣ୍ଡେସନ ଟ୍ରଷ୍ଟ ଉଦଘାଟିତ


ୱାର୍ଲଡ ୱାରସିପ ଫାଉଣ୍ଡେସନ ଟ୍ରଷ୍ଟ ଉଦଘାଟିତ


ସମ୍ବଲପୁର,୨୧, ମେ (ହି.ସ.)ନବଗଠିତ ୱାର୍ଲଡ ୱାରସିପ ଫାଉଣ୍ଡେସନ ଟ୍ରଷ୍ଟ ଆଜି ମହାସମାରୋହରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ହୋଟେଲ ହରଜିତ ରେସିଡେନ୍ସିରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ଟ୍ରଷ୍ଟର ସଭାପତି ଦୃଢୋକ୍ତିର ସହ ପ୍ରକାଶ କରିଛନ୍ତି ସମାଜର ପ୍ରତ୍ୟେକ ସମସ୍ୟା ସମାଧାନ କରିବାରେ ସର୍ବଦା ଟ୍ରଷ୍ଟ ପ୍ରତିଶ୍ରୁତିବଦ୍ଧ ।

ପ୍ରାରମ୍ଭିକ ପୂଜାର୍ଚ୍ଚନା କରାଯିବା ପରେ ଉପସ୍ଥିତ ଅତିଥି, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା କ୍ଷ ଆହୂତ ସାମ୍ବାଦିକ ସମ୍ବିଳନୀରେ ବହୁ ସଂଖ୍ୟକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସହରର ବହୁ ବରିଷ୍ଠ ବୁଦ୍ଧିଜୀବୀ ମାନଙ୍କ ସମାବେଶରେ ଟ୍ରଷ୍ଟର ସାମାଜିକ କଲ୍ୟାଣ ଓ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଉଦ୍ଦେଶ୍ୟ ଅବଗତ କରାଯାଇଥିଲା କ୍ଷ ଏହି ଅବସରରେ ଟ୍ରଷ୍ଟର ଅଧ୍ୟକ୍ଷ ବ୍ରଜମୋହନ ଗୋଏଲ, ଉପଦେଷ୍ଠା ଭକ୍ତ ପ୍ରସାଦ ନନ୍ଦ, ସମ୍ପାଦକ ମଧୁ ସୂଦନ ଚଇନି ଓ କୋଷାଧ୍ୟକ୍ଷ ବିମଳା ଦେବୀ ଗୋଏଲ ପ୍ରମୁଖ ମଂଚାସୀନ ରହି ବିଭିନ୍ନ ସୂଚନା ଦେଇଥିଲେ ।

ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ, “ସମସ୍ତ ସୃଷ୍ଟି ଭଗବାନଙ୍କର ଅଂଶ” ଏହି ଚିନ୍ତାଧାରାକୁ ଆଧାର କରି, ଏହି ଫାଉଣ୍ଡେସନ୍ ଶାନ୍ତି, ସମୃଦ୍ଧି ଓ ସମଗ୍ର ମାନବ କଲ୍ୟାଣ ପାଇଁ ଦାର୍ଶନିକ ସାହିତ୍ୟ ଓ ସାମାଜିକ ସେବା କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟ କରିବାକୁ ସମର୍ପିତ କ୍ଷ ସଂସ୍ଥାର ଲକ୍ଷ୍ୟ ହେଉଛି ଗଛ ଲଗାଇବା ଓ ଆବଶ୍ୟକତା ଅନୁଯାଇ ହ୍ୟାଣ୍ଡପମ୍ପ ଭଳି ପାଣି ସୁବିଧା ଯୋଗାଇ ମାନବ ସେବା କରିବା କ୍ଷ ସଂସ୍ଥାର ଆଭିମୁଖ୍ୟ ବିଷୟରେ ବାର୍ତା ଦେଇ ଅଧ୍ୟକ୍ଷ ଶ୍ରୀ ଗୋଏଲ କହିଲେ ଯେ, ଏହି ଟ୍ରଷ୍ଟର ପ୍ରୟାସ ରହିବଯେ, ପରିବେଶ ପ୍ରଦୂଷଣ କମାଇ ସବୁଜ ପରିବେଶ ସୃଷ୍ଟି କରିବା ସହିତ ଉତମ ଅକ୍ସିଜେନ୍ ଗୁଣବତା ଓ ସୁସ୍ଥ ସମାଜ ଗଠନରେ ସହାୟକ ହେବ । ଉପଦେଷ୍ଠା ଶ୍ରୀ ନନ୍ଦ କହିଲେ ଯେ, ବିଶେଷ ଭାବରେ ଶିକ୍ଷା, ପରିବେଶ ସୁରକ୍ଷା ଓ ପାନୀୟ ଜଳର ସମସ୍ୟା ର ସମାଧାନ ଦିଗରେ ନିଷ୍ଠା ର ସହ ଏହି ଟ୍ରଷ୍ଟ କାର୍ଯ୍ୟକ୍ରମ ଜାରି ରଖିବ । ଟ୍ରଷ୍ଟର କୋଷାଧ୍ୟକ୍ଷ ବିମଳା ଦେବୀ ସୂଚନା ଦେଇ କହିଲେ ଯେ, ସମାଜ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହ ଯୁବପିଢିଙ୍କୁ ସଂସ୍କାରିତ କରିବା ମଧ୍ୟ୍ୟ ଏହି ଟ୍ରଷ୍ଟ ର ବିଶେଷ ଆଭିମୁଖ୍ୟ । ଶେଷରେ ସମ୍ପାଦକ ଶ୍ରୀ ଚଇନି ଧନ୍ୟବାଦ ଅର୍ପଣ କରିବା ସହ ସମାଜ ର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଏହି ୱାର୍ଲଡ ୱାରସିପ ଫାଉଣ୍ଡେସନ ଟ୍ରଷ୍ଟ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande