
ନୂଆପଡ଼ା, ୨୨ ମଇ(ହି.ସ.) – ଆସନ୍ତା ୨୪ ତାରିଖ ରାଜ୍ୟସଭା ସାଂସଦ ସଂଜୟ ସିଂ ଓଡିଶା ଗସ୍ତରେ ଆସୁଛନ୍ତି। ଆଗାମୀ ପଂଚାୟତ ଓ ପୌର ନିର୍ବାଚନରେ ଆମ୍ ଆଦମୀ ପାର୍ଟି ସକ୍ରିୟ ଭାବେ ଲଢ଼ିବାକୁ ଯାଉଥିବାରୁ ଏହାର ପ୍ରସ୍ତୁତି ସଭାରେ ଯୋଗ ଦେବେ ସଂଜୟ ସିଂ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ସଭାପତି ହିତେଶ ପାଣ୍ଡେ। ବର୍ତମାନ ସମୟରେ ପେଟ୍ରୋଲ, ଡିଜେଲ, ଗ୍ୟାସ ଦର ବୃଦ୍ଧି ହେଉ କି ନିଟ୍ ପ୍ରଶ୍ନ ପତ୍ର ଲିକ୍ ଘଟଣା ହେଉ ବିଜେପି ସରକାର ଫେଲ ହୋଇ ଥିବା ବେଳେ ଓଡିଶାରେ ବିଜେପି ର ଡବଲ ଇଂଜିନ ସରକାର କ୍ଷମତାକୁ ଆସିବା ପରେ ମୋଦୀ ଦେଇଥିବା ଗ୍ୟାରେଂଟି ସବୁ ଫେଲ ମାରିଛି ଯେଉଁଥିରେ ବାର୍ଦ୍ଧକ୍ୟ ଭତା ୩ ହଜାର ଟଙ୍କା, ୩୦୦ ୟୁନିଟ ବିଜୁଳି ଫ୍ରି, ଚିଟ ଫଣ୍ଡ ଟଙ୍କା ଫେରସ୍ତ ଭଳି ପ୍ରତିଶୃତି ଥିଲା ଯାହାକୁ ନେଇ ଲୋକଙ୍କ ମନରେ ନିରାଶା ରହିଛି ଅନ୍ୟପଟେ ବିରୋଧୀ ଭାବେ ବିଜେଡ଼ି ଓ କଂଗ୍ରେସ ର ଭୂମିକା ଯଥେଷ୍ଟ ଉତ୍ସାହ ବର୍ଧକ ନୁହେଁ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି ତେଣୁ ଓଡିଶାବାସୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ରୋଜଗାର, ମହିଳା ସୁରକ୍ଷାକୁ ନେଇ କେବଳ ଆମ୍ ଆଦମୀ ପାର୍ଟି ଉପରେ ଲୋକଙ୍କ ବିଶ୍ୱାସ ରହିଛି ବୋଲି ଶ୍ରୀ ପାଣ୍ଡେ କହିଛନ୍ତି। ତେଣୁ ନୂଆ ଓ ସମୃଦ୍ଧ ଓଡିଶା ଗଠନ ନିମନ୍ତେ ସମସ୍ତେ ଏହି ଅଭିଯାନ ରେ ଯୋଗ ଦିଅନ୍ତୁ ଓ ଆପ୍ ସହ ଯୋଡି ହୁଅନ୍ତୁ ବୋଲି ଶ୍ରୀ ପାଣ୍ଡେ ସାମ୍ବାଦିକ ମାନଙ୍କୁ ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ